ବ୍ଳକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ବାଲ୍ୟବିବାହ ରୋକିବାକୁ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଏକ ବ୍ଳକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଶାନ୍ତିକରସୁଧା ପଟ୍ଟନାୟକଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ସିଡିପିଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ପାଢୀ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବାଲ୍ୟବିବାହ ରୋକିବାକୁ ନିଆଯାଉଥିବା ପଦକ୍ଷେପ ଗୁଡିକ ଉପରେ ସୂଚନା ପ୍ରଦାନ କରି ବାଲ୍ୟବିବାହର କୁପରିଣତି, ଏହାର ନିରାକରଣ, ବାଲ୍ୟବିବାହ କରାଇବା ଏକ ଦଣ୍ଡିନୀୟ ଅପରାଧ ହୋଇଥିବା ବେଳେ ବାଲ୍ୟବିବାହ କରାଇଲେ ଆଇନରେ ଥିବା ଦଣ୍ଡବିଧାନ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ବାଲ୍ୟବିବାହ ରୋକିବାକୁ ସମସ୍ତେ ଆଗେଇ ଆସି କାର୍ଯ୍ୟକରିବାକୁ ଆହ୍ୱାନ କରିଥିଲେ। ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବ୍ଳକସ୍ତରୀୟ ସଚେତନତା କାର୍ଯ୍ୟକ୍ରମରେ ସିଡିପିଓ ଶାନ୍ତିକରସୁଧା ପଟ୍ଟନାୟକ ଯୋଗେଦେଇ ବାଲ୍ୟବିବାହ ଦ୍ୱାରା କିପରି ଶିଶୁମାନଙ୍କର ପାଠପଢାରେ ପୂର୍ଣ୍ଣଛେଦ ପଡିବା ସହ ଶାରୀରିକ ଓ ମାନସିକ ଅବସାଦରେ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ ତାହାରି ଉପରେ ଆଲୋକପାତ କରିବା ସାଙ୍ଗକୁ ବାଲ୍ୟ ବିବାହ ରୂପକ ବ୍ୟାଧିକୁ ବନ୍ଦ କରିବା ଦିଗରେ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରିଥିଲେ । ଏହି ଅସରରେ ବାଲ୍ୟବିବାହ ପ୍ରଥାକୁ ସଂପୁର୍ଣ୍ଣ ରୂପେ ବନ୍ଦ ତଥା ରୋକିବା ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବାଲ୍ୟବିବାହ ରୋକିବାକୁ ଅନୁଷ୍ଟିତ ହୋଇଥିବା ଏହି ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ବିପିସି କିରଣ କୁମାର ସାହୁ, ଅଞ୍ଚଳ ପରିଦର୍ଶିକା ବିଷ୍ଣୁପ୍ରିୟା ଜାନି, ରଂଯୁକ୍ତା ସ୍ୱାଇଁ, ପ୍ରମିଳା ବେହେରା, ବୈଜୟନ୍ତି କହଁର, ସଂଯୁକ୍ତା ବେହେରାଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ