ବାଇକ ଧକ୍କାରେ ମୃତ ମହିଳାଙ୍କ ପରିବାରକୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ
ହାଟଡିହି (ଓ୍ବାଇଏନଏସ): ବାଇକ ଧକ୍କାରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ପରିବାରକୁ ଭେଟିଛନ୍ତି ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ରତିକାନ୍ତ ରାଉତ । ସିଙ୍ଗଡୋଭ ନିକଟରେ ଗତ ମାସ ୨୯ ତାରିଖ ଦିନ ବିଚିତ୍ର ବେହେରାଙ୍କ ପତ୍ନୀ ବୁଲ ବେହେରା ଶୌଚ ପାଇଁ ଯାଉଥିବା ବେଳେ ନଦୀ ବନ୍ଧ ଉପରେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଲଙ୍କର ଏକ ଛୋଟ ଶିଶୁପୁତ୍ର ଥିବାବେଳେ ତାଙ୍କ ସ୍ୱାମୀ ଜଣେ ଗରିବ ଶ୍ରେଣୀର। ଆଜି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ସିଂଡୋଭ ଗ୍ରାମରେ ପହଞ୍ଚି ମୃତା ମହିଳାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଶୁଦ୍ଧିକ୍ରିୟା ପାଇଁ ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତାଙ୍କ ସହିତ ୱାର୍ଡ ସଭ୍ୟ ଶ୍ରୀଧର ଖଟୁଆ, ବୁଦ୍ଧଦେବ ଦେହୁରୀ, କାଳନ୍ଦୀ ବେହେରା, ନିରଞ୍ଜନ ବେହେରା, ମୁକେଶ ରାଉତ, ପ୍ରିୟବ୍ରତ ନାୟକ, ହିମାଦ୍ରୀ ରାଉତ, ସତ୍ୟାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।


