ବିଶ୍ୱ ପରିବେଶ ଦିବସରେ ସବୁଜ ବିପ୍ଳବର ଆହ୍ୱାନ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ଗଛଟିଏ ଜୀବନଟିଏ ଲକ୍ଷ ରଖି ଚାରା ରୋପଣ ଆରମ୍ଭ କରାଯାଇଛି.ଏ ଅବସରରେ ବିଭିନ୍ନ ପ୍ରକାର ର ଚାରା ଚିକିଟି ପେଣ୍ଠ ସାନବଜାର ସ୍ମଶାନ ଓ ଚିକିଟି ଗଡ଼ ଚନ୍ଦ୍ରଶେଖର ମନ୍ଦିର ପରିସରରେ ରୋପଣ ହୋଇଛି.ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗ ଦେଇ ଅସନ୍ତୁଳନ ପ୍ରକୃତି କୁ ସନ୍ତୁଳନ ରକ୍ଷା ପାଇଁ ପ୍ରଚୁର ପରିମାଣ ର ଗଛ ବୃଦ୍ଧି ର ଆବଶ୍ୟକତା ରହିଛି.ତେଣୁ ଏହି ଦିବସ ର ମହତ୍ୱ କୁ ରକ୍ଷା ପାଇଁ ପରିଷଦ ବାସି ପ୍ରତ୍ୟକ ଗୋଟିଏ ଗୋଟିଏ ଗଛ ଲଗେଇବା ପାଇଁ ଅନୁରୋଧ କରି ସବୁଜ ବିପ୍ଳବ ର ଆହ୍ୱାନ ଦେଇଥିଲେ. ଉପାଧ୍ୟାକ୍ଷ ହର ପ୍ରସାଦ ଚୌଧୁରୀ ପ୍ରତ୍ୟକ ଲୋକ ଗଛ ଲଗେଇ ତାର ସୁରକ୍ଷା ଦିଗ ରେ ଦୃଷ୍ଟି ଦେଲେ ଚିକିଟି ସବୁଜିମା ରେ ପରିପୂର୍ଣ୍ଣ ହେବ ବୋଲି କହିଥିଲେ. ଏହି ସ୍ୱଚ୍ଛ ଚିକିଟି ଓ ସୁନ୍ଦର ଚିକିଟି ଗଠନ ଉଦ୍ଧେଶ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମସ୍ତ ପରିଷଦ ସଭ୍ୟ,ସଭ୍ୟା,କର୍ମକର୍ତ୍ତା କନିଷ୍ଠ ଯନ୍ତ୍ରୀ ଜ୍ୟୋଛନା ରାଣୀ,ସାନିଟାଏସନ ଏକ୍ସପୋର୍ଟ ବାଳକୃଷ୍ଣ ନାୟକ,ଅନାମିକା ପଟ୍ଟନାୟକ,ସିଦ୍ଧାର୍ଥ ଶଙ୍କର ପଣ୍ଡା,ଶ୍ରୀଧର କୁମାର ବେହେରା,ସୁଶାନ୍ତ ବେହେରା,ଜୟ କୁମାର,ତୁଷାରକାନ୍ତ,କିଷାନ ରଣା, ମହିମା ସୋରେନ ପ୍ରମୁଖ ସାମିଲ ଥିଲେ।


