ମା ବିଶ୍ୱତାରିଣୀଙ୍କ ମନ୍ଦିରରେ ଚଇତି ପର୍ବ: ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ
ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଳକ ଛେନାପଦି ଛକ ସ୍ଥିତ ମା ବିଶ୍ୱତାରିଣୀଙ୍କ ମନ୍ଦିରରେ ମହାବିଷ୍ଣୁବ ସଂକ୍ରାନ୍ତି ଅବସରରେ ୫୩ ବାର୍ଷିକ ପ୍ରସିଦ୍ଧ ଚଇତି ପର୍ବ ଅନୁଷ୍ଠିତ ହୋଇଛି। ୪ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପର୍ବରେ ଗତକାଲି ରାତିରେ ଶୁଭାଦିବାସ କରାଯାଇଥିଲା। ଆଜି ସକାଳ ୫ଟା ବେଳେ ମା’ଙ୍କ ନିକଟରେ ପହିଲି ଧୂପ, ପହିଲି ଭୋଗ, ମଙ୍ଗଳ ଆଳତୀ କରାଯାଇ ପହଡ଼ ଫିଟିବା ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମା’ ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମା ତାରିଣୀଙ୍କ ନିକଟରେ ହୋମଯଜ୍ଞ, ଚଣ୍ଡୀପାଠ କରାଯାଇ ଥିଲା। ସଞ୍ଜୟ ପତି, ସୁଧାକର ଓଝା, ମହେଶ୍ୱର ସା , ସଞ୍ଜୟ ସାହୁ, ଶୁକଦେବ ସ୍ୱାଇଁ, ସରୋଜ ଚ଼କ୍ର, ପ୍ରମୋଦ ନାୟକ, ପ୍ରକାଶ ନାୟକ, ଯୀଶୁଖ୍ରୀଷ୍ଟ ସା, ଅଶ୍ରୁ ମୋଚନ ବିଶ୍ୱାଳ, ପ୍ରମୁଖ କର୍ତ୍ତା ଭାବେ ଯଜ୍ଞ କାର୍ଯ୍ୟରେ ସାମିଲ ହୋଇଥିଲେ। ପଣ୍ଡିତ ବାବୁଲା ଆଚାର୍ଯ୍ୟ, ଲୋକନାଥ ଆଚାର୍ଯ୍ୟଙ୍କ ବେଦମନ୍ତ୍ରରେ ଅଞ୍ଚଳଟି ମୁଖରିତ ହୋଇ ଉଠିଥିଲା। ମଧ୍ୟାହ୍ନରେ ମାଆଙ୍କ ପାଖରେ ପଣା ଲାଗି କରାଯିବା ପରେ ଓଝା ପରିବାର ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଏଥିରେ ଆନନ୍ଦପୁର ଉପଖଣ୍ଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଦଶହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କୃଷ୍ଣଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ପଞ୍ଚାନନ ବେହେରା, ଦେବେନ୍ଦ୍ର କୁମାର ଜେନା, ହିମାଶୁଂ ନାୟକ, ଅଜୟ ଲେଙ୍କା, ସରୋଜ କୁମାର ଚକ୍ର, ହଳଧର ପଣ୍ଡା, ଅମିୟ ନାୟକ, ସନ୍ୟାସୀ ସା, ସତିଶ ଯାଦବ, ହଳଧର ଜେନା, ଦେବେନ୍ଦ୍ର ସା, ବାବନ ବିଶ୍ୱାଳ, ଚକ୍ରଧର ସାହୁ, ବଳରାମ ସାହୁ, ଆକାଶ ସା, ସୁବାସ ଓଝା, ଧରିଆ ସା, ତପନ ସାହୁ , ଚୈତନ ପୁହାଣ, ଚକ୍ରଧର ସାହୁ, ରବିନ୍ଦ୍ର ବେହେରା, ହଳଧର ଜେନା, ସୁଧିର ବିଶ୍ୱାଳ, ରତ୍ନାକର ସାହୁ, ହିମାଶୁଂ ବେହେରା, ବାବନ ସାହୁଙ୍କ ସମେତ ବଜାର କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


