ଦଣ୍ଡ ଯାତ୍ରା ଉଦଯାପିତ

ପୋଲସରା/ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ୧୪-୪-୨୬ ତାରିଖ ସଂକ୍ରାନ୍ତି ଦିନ ସମାପ୍ତ ହୋଇଯାଇଛି। ମାନସିକ ଧାରୀମାନେ ପରମ୍ପରାକୁ ପାଥେୟ କରି  ଦିର୍ଘ ୨୧ ଦିନ ଧରି  ମହାସମାରୋହରେ ମାଁ ଦଣ୍ଡକାଳୀ ଧରି ବିଭିନ୍ନ ଗ୍ରାମ ପରିଭ୍ରମଣ କରିଥିଲେ। ପରମ୍ପରାକୁ ନେଇ ହଜାର ହଜାର ଶ୍ରଦ୍ଧାଳୁ ଏହି ସଂକ୍ରାନ୍ତି ମେରୁ ଯାତ୍ରାରେ ସାମିଲ ହୋଇଥିଲେ। ମାନସିକ ଧାରି ଦଣ୍ଡୁଆମାନେ ରିତିନିତୀ ଅନୁସାରେ ଧୂଳିଦଣ୍ଡ, ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ମାଧ୍ୟମରେ ଗ୍ରାମ ପରିକ୍ରମା କରିବା ସହ ମାଁ କାଳୀଙ୍କ ମନ୍ଦିର ପରିକ୍ରମା କରି ଶେଷରେ ପାଟଦଣ୍ଡୁଆଙ୍କୁ ଦହିରେ ସ୍ନାନ କରାଇ ଗୋଡ଼ ଉପରକୁ କରି ଦୁଇ ବେଲକାଠ ଖୁଣ୍ଟରେ ବାନ୍ଧି ମୁଣ୍ଡ ତଳକୁ କରି ମେରୁଅଗ୍ନି କୁଣ୍ଡରେ ଝୁଲାଇ ମାଁକାଳୀଙ୍କୁ ସମର୍ପଣରେ ଜଗତର କଲ୍ୟାଣ କରିଥାନ୍ତି। ଗଞ୍ଜାମର ଏହି ଲୋକପ୍ରିୟ ଦଣ୍ଡନାଚ  ପୋଲସରା ଓ ବୁଗୁଡ଼ା ଅଞ୍ଚଳରେ ପାରମ୍ପରିକ ରୀତିରେ ପାଳନ ହୋଇଯାଇଛି। ଆସନ୍ତା ବର୍ଷ ପୁଣି ମହାବିଷୁବ ସଂକ୍ରାନ୍ତିର ୨୧ ଦିନ ପୂର୍ବରୁ ଦଣ୍ଡଯାତ୍ରା ଦେଖି ମା’ ଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ। ଏହି ପବିତ୍ର ଦଣ୍ଡନାଚରେ ପୋଲସରା ବ୍ଲକ ଅନ୍ତର୍ଗତ  ପୋଲସରା, ରୁଖାକଣା, ତିରିବିରି, ହାତୀଓଟ, ପାଟିଗଡ଼, ଜେମାଦେଇପୁର, ବିଲେଇଝୁରୀ, ଢୁଙ୍କାପଡା ପ୍ରଭୃତି ଏବଂ ବୁଗୁଡ଼ା ଅଞ୍ଚଳର ବୁଗୁଡ଼ା, ଭାମଶ୍ଯାଳୀ, ମରେଇପଲ୍ଲୀ, ଗୋଲିଆ, ବସ୍କିପଲ୍ଲୀ, ପୋଚାଲୁଣ୍ଡି, କାନକୁଟୁର, ଚିଲିଖମା, ପାଣିକେଶ୍ୱର ପ୍ରଭୃତି ଗ୍ରାମରେ ମେରୁ ପର୍ବ ବହୁ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଥିବାବେଳେ ମାନସିକ ଧାରୀ ଦଣ୍ଡୁଆଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମାଁକାଳୀଙ୍କ ପୂଜାର୍ଚ୍ଚନା ପରେ ଚଳିତ ବର୍ଷର ଦଣ୍ଡନାଚ ସନ୍ଧ୍ୟା ସମୟରେ ଉଦଯାପିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ