ଓଡ଼ିଶା ଆସୁଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ
କଟକ, (ଓ୍ବାଇଏନଏସ): ଆସନ୍ତା ୧୪ ତାରିଖରେ କଟକ ଆସୁଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଶହୀଦ ଭବନ ପରିସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରର ଆଲୋଚନାଚକ୍ରରେ ସାମିଲ ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି । ସନ୍ଦର୍ଭରେ ପ୍ରଧାନ ବିଚାରପତି ତାଙ୍କର ମତ ପୋଷଣ କରିବେ। ଆଲୋଚନା ଚକ୍ରରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ, ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏବଂ ଷ୍ଟେଟ ବାର କାଉନସିଲ ଅଧକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଯୋଗ ଦେବେ। ଉକ୍ତ ଦିନ ରାଜ୍ୟର ବରିଷ୍ଠ ଆଇନଜୀବୀ ଯେଉଁମାନେ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଓକିଲାତି ପେସାରେ ନିୟୋଜିତ ଅଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।


