ହରିଶ୍ଚନ୍ଦ୍ର ସହାୟତା ଅପେକ୍ଷାରେ ଶତାଧିକ ପରିବାର : ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-କୋମାରେ ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା। ସରକାରୀ ଯୋଜନା ଅନୁସାରେ ଯେଉଁ ବ୍ୟକ୍ତି ମୃତ୍ୟୁବରଣ କରନ୍ତି ତୁରନ୍ତ ଘଟଣାସ୍ଥଳରେ ପଂଚାୟତର ସରପଞ୍ଚ ଓ ପିଇଓ ପହଂଚି ୩ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନା ସହାୟତା ନାମରେ ଅର୍ଥରାଶି ଦେବେ। ଯେଉଁଥିରେ ଶବ ସଂସ୍କାର ହେବ।ତେବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ୧୫ଗୋଟି ପଂଚାୟତ ରୁ ଅନେକ ପଂଚାୟତ ରେ ୬ମାସ ରୁ ଉର୍ଦ୍ଧ ହେଲା କୋମାରେ ସରକାରଙ୍କ ଏହି ଯୋଜନା। ଯାହାର ଜ୍ଵଳନ୍ତ ଉଦାହରଣ ଝାଡ଼ଲିଙ୍ଗ ପଂଚାୟତ ରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ମିଳୁନଥିବାରୁ ସରପଞ୍ଚ ବୃନ୍ଦାବନ ନାୟକ ବାରମ୍ବାର ବ୍ଲକ ପ୍ରଶାସନ ସମେତ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ରେ ଲିଖିତ ଅଭିଯୋଗ କରିଛନ୍ତି ମଧ୍ୟ, କିନ୍ତୁ ପ୍ରଶାସନ ସମ୍ପୂର୍ଣ୍ଣ ଚୁପ। ପଂଚାୟତ ସ୍ମଶାନରେ (ସ୍ୱର୍ଗଦ୍ୱାର )ରେ ଲୋକଙ୍କର ଶବ ୬ମାସ ଉର୍ଦ୍ଧ ହେଲା ପୋଡା ହୋଇଥିଲେ ମଧ୍ୟ ତୁରନ୍ତ ମିଳୁଥିବା ଏହି ସହାୟତା ମିଳିବାର ନାଁ ଧରୁନି। ସେଥିପାଇଁ ସରପଞ୍ଚ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ନିଜ ପଂଚାୟତ ର ଲୋକଙ୍କ ମୃତ୍ୟୁ ହେବା କ୍ଷଣି ଫୋନ ଆସୁଛି ଘଟଣାସ୍ଥଳରେ ସରପଞ୍ଚ ପହଂଚୁଛନ୍ତି। କିନ୍ତୁ ଝାଡ଼ଲିଙ୍ଗ ପଂଚାୟତ ସରପଞ୍ଚ ଘଟଣା ସ୍ଥଳରେ ସରପଞ୍ଚ ବୃନ୍ଦାବନ ନାୟକ ପହଂଚି ନିଜ ପକେଟରୁ ୩ହଜାର ଟଙ୍କା ମୃତକଙ୍କ ପରିବାର କୁ ଦେଉଛନ୍ତି କାଠ କିଣିବା ପାଇଁ। ଏହି ହିସାବ କୁ ନେଲେ କେବଳ ଝାଡ଼ଲିଙ୍ଗ ପଂଚାୟତ ରେ ୩୬ଜଣ। ଅନ୍ୟ ପଂଚାୟତ ଅନେକ ହୋଇଥିବେ। ପୂର୍ବରୁ ୨ହଜାର ଟଙ୍କା ଲେଖାଏଁ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ମିଳୁଥିଲା। ଏବେ ତାହା ୩ହଜାର ଟଙ୍କାରେ ପହଁଚିଛି। ଏହି ହିସାବରେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଶତାଧିକ ମୃତକ ଙ୍କ ପରିବାର ହରିଶ୍ଚନ୍ଦ୍ର ସହାୟତା ପାଇବାକୁ ଅପେକ୍ଷା କରିଛନ୍ତି। ଏପରିକି ୮୭ରୁ ୯୦ବର୍ଷର ବୃଦ୍ଧ ୩୫୦୦ଟଙ୍କା ଭତ୍ତା ନେବାକୁ ଅପେକ୍ଷା କରି ମରିଯିବା ପରେ ବି ସରକାର ଙ୍କ ହରିଶ୍ଚନ୍ଦ୍ର ସହାୟତା ମିଳୁନାହିଁ। ହରିଶ୍ଚନ୍ଦ୍ର ଯୋଜନା ରେ ଗୋଟିଏ ବି ଟଙ୍କା ଆସୁନଥିବା ବେଳେ ମୃତକ ପରିବାର ଅନ ଲାଇନି ଆବେଦନ କରି ଅପେକ୍ଷା କରିଛନ୍ତି ଶୁଦ୍ଧିକ୍ରିୟା ଅର୍ଥ ନେବା ପାଇଁ।


