ଫ୍ରେଣ୍ଡସିପ୍ ଡେ ପାଇଁ ଆସିକାରେ ଡୋରି କାରବାର ବୃଦ୍ଧି

ଆସିକା  (ୱାଇଏନ୍‍ଏସ୍‍) : ଆଉମାତ୍ର କିଛି ଦିନ ପରେ ପାଳନ ହେବ ଫ୍ରେଣ୍ଡସିପ୍ ଡେ ବା ବିଶ୍ୱ ବନ୍ଧୁତ୍ୱ ଦିବସ। ଆସିକା ସହର ତଥା ଏହାର ଆଖ ପାଖ କେତେକ ଅଞ୍ଚଳରେ ଫ୍ରେଣ୍ଡସିପ୍ ଡେ ପାଇଁ ଡୋରି ବିକ୍ରୀ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ଏହି ଫ୍ରେଣ୍ଡସିପ୍ ଡେ କୁ ପାଳନ କରିବା ପାଇଁ ବିଶେଷ କରି ଯୁବପିଢୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଯୁବପିଢିଙ୍କ ପସନ୍ଦ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଆସିକାରେ ବିଭିନ୍ନ ଡିଜାଇନ୍‌ର ଡୋରି ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି। ଆସନ୍ତା ଅଗଷ୍ଟ ମାସ ୨ ତାରିଖ ରବିବାର ପାଳିତ ହେବ ବନ୍ଧୁଙ୍କ ପାଇଁ ଦିନଟିଏ। ବନ୍ଧୁତ୍ୱର ବନ୍ଧନ କେଉଁ ଆବାହମାନ କାଳରୁ ଚାଲିଆସିଛି ତାହା କହି ହେବନି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆଉମାତ୍ର ଏକ ସପ୍ତାହ ପରେ ଫ୍ରେଣ୍ଡସିପ୍ ଡେ କୁ ପାଳନ କରିବା ପାଇଁ ଯୁବପିଢୀଙ୍କ ମଧ୍ୟରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଫ୍ରେଣ୍ଡସିପ୍ ଡେ ରେ ନିଜ ବନ୍ଧୁକୁ ଉପହାର ଦେଇ ଶୁଭେଚ୍ଛା ଜଣାଇବା ପାଇଁ ବିଭିନ୍ନ ଦୋକାନ ଗୁଡିକରେ ଭିଡ ଲାଗିଥିବା ଦେଖିବାକୁ ମିଳିଛି। ବିଶେଷ କରି ଦୋକାନ ଗୁଡିକରେ ଫ୍ରେଣ୍ଡସିପ୍ ଡୋରି କିଣିବା ପାଇଁ ଯୁବପିଢୀ ଆଗ୍ରହ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଛି। ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ ଭାବେ ପାଳନ କରାଯାଇ ଆସୁଛି। ସୁଖ ଦୁଃଖର ସାଥି ହେଉଛି ବନ୍ଧୁ। ସବୁ ରାଗ ଅଭିମାନ ଛାଡି ବନ୍ଧୁଙ୍କୁ କିପରି ମନଭରି ଭଲପାଇବାର ସୁଯୋଗକୁ କେହି ହାତ ଛଡା କରିବାକୁ ପ୍ରସ୍ତୁତ ନଥିବା ଲକ୍ଷ୍ୟ କରାଯାଇଛି। ୧୯୫୮ ମସିହା ଜୁଲାଇ ମାସ ୩୦ ତାରିଖରେ ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସ ପ୍ରଥମ ରବିବାରକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ଘୋଷଣା କରିଥିଲେ। ବନ୍ଧୁତ୍ୱର ପରିସୀମା କିଛି ନାହିଁ। ସମ୍ପର୍କର ପ୍ରଥମ ସୋପାନ ଆରମ୍ଭ ହୁଏ ବନ୍ଧୁତ୍ୱରୁ। ଯାହା ପାଖରେ ବନ୍ଧୁଟିଏ ଅଛି ତାହା ହେଲେ କିଛି ଚିନ୍ତା ନାହିଁ। ବନ୍ଧୁତ୍ୱ ହେଉଛି ସେହି ସମ୍ପର୍କ ଯିଏ କଣ୍ଟାର ରାସ୍ତାକୁ ଫୁଲରେ ସଜାଇ ଥାଏ। ବନ୍ଧୁତ୍ୱର ମହତ୍ତ୍ୱ ପରିପ୍ରକାଶ କରିବାକୁ ଦୀର୍ଘ ବର୍ଷ ହେବ ଅଗଷ୍ଟ ମାସ ପ୍ରଥମ ରବିବାରରେ ଫ୍ରେଣ୍ଡସିପ୍ ଡେ ପାଳନ କରାଯାଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ