ହାତୀମୁଣ୍ଡା ଜିରୋ ପଏଣ୍ଟରେ ବାଲି ଭର୍ତ୍ତି : ଚିନ୍ତାରେ ଚଷୀ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର ସର୍ବ ପୁରାତନ କ୍ଷଦ୍ର ଜଳସେଚନ ବିଭାଗର ପ୍ରକଳ୍ପ ହାତୀମୁଣ୍ଡା। ଏହି ପ୍ରକଳ୍ପକୁ ବିଭଗୀୟ ଅଧିକାରୀ ଓ ପାଣି ପଞ୍ଚାୟତର ଅବହେଳା ପାଇଁ ହଜାର ହଜାର ଚାଷୀ ପାଣିପାଇଁ ଚିନ୍ତାରେ ପଡିଯାଇଛନ୍ତି। ଏମିତି ଏକ ପ୍ରକଳ୍ପ ଅଛି ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ। ଚାଷୀଙ୍କ ହିତ ଦୃଷ୍ଟିରୁ ନାଗାବଳି ନଦୀରେ ସିଙ୍ଗାରି ଗ୍ରାମ ନିକଟରେ ୧୯୮୦ ମସିହାରେ ନିର୍ମାଣ ହୋଇଥିଲା। ସେହି ସମୟରେ ପ୍ରାୟ ପଚାଶ କିମି ଲମ୍ବା କେନାଲକୁ ରକ୍ଷାଣା ବ୍ୟକ୍ଷଣ କରିବା ପାଇଁ ୧୦ରୁ ୧୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। କଲ୍ୟାଣସିଂହପୁର, ଧାମୁଣି ପଙ୍ଗା, ନାରାୟଣପୁର ପଞ୍ଚାୟତର ପ୍ରାୟ ଦୁଇ ହଜାର ଏକର ଜମି ଜଳ ସେଚନ ହେଉଥିଲା। କଲକ୍ରମେ ସରକାରୀ ଅବହେଳା କର୍ମଚାରୀ ଅଭାବ ଓ ରକ୍ଷାଣା ବ୍ୟକ୍ଷଣ ଅଭାବରୁ ହାତୀମୁଣ୍ଡା ପ୍ରକଳ୍ପ ଓ କେନର ଅସ୍ତିତ୍ବ ହରାଇ ବସିଛି।ପ୍ରତିବର୍ଷ ଲଟା ସଫା କେନାଲ ମରାମତି କରାଯାଇ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଥବିଲରୁ ଖର୍ଚ୍ଚ ହେଉଥିଲେ ମଧ୍ୟ ଚାଷୀକୁ ପାଣି ପାଇଁ କସରତ କରିବାକୁ ପଡୁଛି। କେନାଲ ଠିକ ରୂପେ ମରାମତି ସଠିକ ଭାବରେ ନୂତନ କେନାଲ ନିର୍ମାଣ ଓ କର୍ମଚାରୀଙ୍କ ତଦାରଖ ହେଉନରହିବାରୁ କେନାଲ ଅବସ୍ଥା ଏଭଳି ହୋଇ ପଡିଛି। ଗତ ୧୭ ମସିହାରେ ପ୍ରବଳ ବନ୍ୟାରେ କେନାଲ ଭାଙ୍ଗିରୁଜି ଯାଇଥିଲା। ସେତେବେଳେ ଜୈନିକ ଠିକାଦାରଙ୍କୁ ଟେଣ୍ଡର ମାଧ୍ୟମରେ କେନାଲ ମରାମତି ହେଡ଼ କେନାଲ ବାଲି କାଡିବା ଓଭର ବ୍ରିଜ ମରାମତି ପାଇଁ ତତ୍କାଳୀନ ସଚିବ ବିଷ୍ନୁପଦ ସେଠି ସରକାରଙ୍କ ମାଧ୍ୟମରେ ଅର୍ଥ ପ୍ରଦାନ କରିଥିଲେ। ସେତେବେଳେ ଠୁ ନିମ୍ନମାନର କାର୍ଯ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ତତ୍କାଳୀନ ସରକାର ଧ୍ୟାନ ଦେଇନଥିବାରୁ ବର୍ତମାନ ଚାଷୀଙ୍କୁ ଭୋଗିବାକୁ ପଡୁଛି। ଏମିତିକି ବନ୍ୟା ଠାରୁ ଵର୍ତମାନ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ସିନା ଉନ୍ନତ ମାନର କାର୍ଯ୍ୟ ହୋଇ ପାରିନଥିବାରୁ ଚାଷୀଙ୍କୁ ପାଣି ମୁଳୁନି। ଲଟା ସଫା ରକ୍ଷାଣା ବ୍ୟକ୍ଷଣ ପାଇଁ ଟଙ୍କା ଅସସୁଥିଲେ ମଧ୍ୟ ଟଙ୍କା କୁଆଡେ ଖର୍ଚ୍ଚ ହେଉଛି ଆଖିରେ ଦେଖା ଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି। କେନାଲ ହେଡ଼ରେ ସଫା କରାଯାଇନଥିବାରୁ ବାଲି ଭର୍ତ୍ତି ହୋଇ ଚୁଣ୍ଟି ହୋଇଛି ହୋଇଯାଇଥିବାରୁ ପାଣି କମ ଆସୁଛି।ଯେତିକି ପାଣି ଆସୁଛି ତାହା ଲଟା ବୁଦା ଅଟକାଇ ଦେଉଥିବାରୁ ପାଣି କମ ଆସୁଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। କେନାଲ ଜିରୋ ପଏଣ୍ଟରେ ହେଡ଼ରେ ବାଲି ସଫା ଲାରିବା ସହ କେନାଲ ମରାମତି ନକଲେ ଚଳିତ ଖରୀପ ଋତୁପାଇଁ କଷ୍ଟକର ହୋଇ ପଡିବ ବୋଲି ଚଷୀ ପ୍ରକାଶ କରିଛନ୍ତି। କେନ ତେନ ପ୍ରକାରେ ପଲକା ଲିମା ଠାରୁ ଉପରମୁଣ୍ଡ ପର୍ଯ୍ୟନ୍ତ ଚାଷ ସ୍ୱଭାବିକ ହେବ ସତ। କିନ୍ତୁ କତାଗୁଡା କୁଦଭଟା, କଟକିନାଲ, ଇନ୍ତାଲିଗୁଡା, ସିରିପୁର, ବଡ଼ ତଡ୍ରା, ସାନ ତଡ୍ରା କେନ୍ଦୁଗୁଡା ନାରାୟଣ ପୁର ଭଳିଆ ଅନେକ ଚାଷ ଜମି ପଡିଆ ପଡିବ ବୋଲି ଆଶା କରାଯାଉଛି। ଏହିବ୍ଲକରେ ଅନେକ ଚେକଡେମ ରହିଥିବା ବେଳେ ଜଣେମାତ୍ର କର୍ମଚାରୀ ରହିଥିଲେ। କିନ୍ତୁ ଗତ କିଛିଦିନ ପୂର୍ବେ ଅବସର ନେବା ପରେ ବ୍ଲକର ଜଳ ପରିଚାଳନା ଓ ସରକାରୀ ହିସାବରେ ରକ୍ଷଣ ବ୍ୟକ୍ଷଣ କରିବ କିଏ ବୋଲି ପ୍ରଶ୍ନ ଉଠିଛି। କ୍ଷୁଦ୍ର ଜଳ ସେଚନ ବିଭାଗ କେବଳ ପାଣି ପଞ୍ଚାୟତ ଉପରେ ନିର୍ଭର କରି ଲେଡ଼ିଗୋଡ଼ କହୁଣୀକୁ ବୋହି ଗଲାଣି ବୋଲି ଆଲୋଚନା ହେଉଛି। ଏଣୁ ଜିଲ୍ଲା ପ୍ରଶାସନ ଚାଷୀଙ୍କ ପାଇଁ ହିତ ଦୃଷ୍ଟି ଦେଇ ମରାମତି ରକ୍ଷଣ ବ୍ୟକ୍ଷଣ କାର୍ଯ୍ୟ ଯୁଦ୍ଧ କାଳୀନ ଭିତରେ କରିବା ପାଇଁ ଦାବୀ ହୋଇଛି।


