ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

କଟକ, (ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରା-୨୦୨୬ ଅବସରରେ କଟକ-ଇନ୍-କଟକ ପରିସରରେ ଆୟୋଜିତ ହେଉଛି କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ସମାରୋହ। ବୁଧବାର ଏହି ସମାରୋହରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ମହାନଗର ନିଗମ ଅଞ୍ଚଳର ୨୯୫ ଜଣ ହିତାଧିକାରୀଙ୍କୁ ପେନସନ ଭତ୍ତା ବଣ୍ଟନ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ନଗରର ୫୯ଟି ୱାର୍ଡର ନୂତନ ହିତାଧିକାରୀମାନେ ଉପକୃତ ହୋଇଛନ୍ତି। ଏହି ଅବସରରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିର୍ଦ୍ଦୋସ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଜନଶୁଣାଣି ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, ପବ୍ଲିକ୍ ୱାର୍କସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ସମସ୍ତ କର୍ପୋରେଟର ଏବଂ ସହକାରୀ ଆୟୁକ୍ତ ଶ୍ରୀମତୀ ସ୍ୱାତୀ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। କଟକ ମହାନଗର ନିଗମର ୧୫୦ ବର୍ଷର ଗୌରବମୟ ଯାତ୍ରାର ଏହି ଐତିହାସିକ ଉତ୍ସବରେ ସାମାଜିକ ସୁରକ୍ଷା ଓ ଜନକଲ୍ୟାଣକୁ ପ୍ରାଥମିକତା ଦେଇ ନୂତନ ପେନସନ ହିତାଧିକାରୀଙ୍କୁ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ସମାଜର ବରିଷ୍ଠ ନାଗରିକ ଓ ଯୋଗ୍ୟ ବର୍ଗର ଲୋକଙ୍କୁ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ପହଞ୍ଚାଇବା ଦିଗରେ କଟକ ମହାନଗର ନିଗମ ନିରନ୍ତର ପ୍ରୟାସ ଜାରି ରଖିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ