ଜିଲ୍ଲା ସ୍ତରୀୟ କୃଷକ ଦିବସ ୨୦୨୬

ବାଲେଶ୍ୱର, (ସରାେଜ ପଣ୍ଡା): ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଶେରଗଡ଼ ସ୍ଥିତ ସରକାରୀ ବିହନ ଫାର୍ମ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ୨୦୨୬ ଖୁବ ଆଡମ୍ବର ସହକାରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଅକ୍ଷିମୁଠି ଅନୁକୂଳ କରିଥିଲେ । ଓଡ଼ିଶା ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ କ୍ଷେତରେ ହଳ ବୁଲାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ରେମୁଣା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରାଉତ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ କଲ୍ୟାଣୀ ବାରିକ ଏବଂ ରବି ନାରାୟଣ ମହାପାତ୍ର ଯୋଗଦାନ କରି ଦିବସର ମହତ୍ତ୍ବ ବିଷୟରେ ବର୍ଣ୍ଣନା କରିଥଲେ । କୃଷି ଓ ଆନୁସଙ୍ଗିକ ବିଭାଗର ବରିଷ୍ଠ ଅଧିକାରୀ, କୃଷି ବୈଜ୍ଞାନିକ, କୃଷି ଯନ୍ତ୍ରୀ, ସାମ୍ବାଦିକ ଗଣ ମାନଙ୍କ ସହିତ ବାଲେଶ୍ୱର ଜିଲ୍ଳାର ବିଭିନ୍ନ ବ୍ଲକରୁ ୧୧୦ ରୁ ଉର୍ଦ୍ଧ୍ବ ଚାଷୀ ଏଠାରେ ଯୋଗ ଦେଇଥିଲେ । ଚଳିତ ଖରିଫ –  ୨୦୨୬ ନିମନ୍ତେ ସିଏମ କିଷାନ ସହାୟତା ରାଶି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମାଳରେ ହସ୍ତାନ୍ତରଣର ସିଧା ପ୍ରସାରଣ ଅଭାଷୀ ମାଧ୍ୟମରେ କରାଯାଇଥିଲା । ବାଲେଶ୍ୱର ଜିଲ୍ଲାରେ ୩୦୪୧୦୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୦୫୦ ଜଣ ଭୂମିହୀନ ଚାଷୀ ଏଥିରେ ଉପକୃତ ହୋଇଥିଲେ । ସରକାରୀ କୃଷି ଅଧିକାରୀ ସଦର, ଶ୍ରୀମତୀ ଲିଜା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ