ସ୍ୱାସ୍ଥ୍ୟସେବା ଚ୍ୟାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ପାନୀୟ ଜଳସେବା କେନ୍ଦ୍ର ଉଦ୍ଘାଟିତ
ବାଲେଶ୍ୱର(ଓ୍ବାଇଏନଏସ): ସ୍ୱାସ୍ଥ୍ୟସେବା ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ବାଲେଶ୍ୱର ସ୍ୱାସ୍ଥ୍ୟସେବା ଚ୍ୟାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସୋମବାର ଦିନ ପୂର୍ବାହ୍ନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଜଳସେବା କେନ୍ଦ୍ର ଉଦ୍ଘାଟିତ ହୋଇଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରବେଶ ଫାଟକ ନିକଟରେ ଏହି ପାନୀୟଜଳ ବିତରଣ କେନ୍ଦ୍ରକୁ ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଆଚାର୍ଯ୍ୟ ଶୁଭ ଉଦ୍ଘାଟନ କରିଥିଲେ। ହସ୍ପିଟାଲ୍ ମ୍ୟାନେଜର ମୀରା ଘଡ଼ାଇଙ୍କ ସମେତ ଟ୍ରଷ୍ଟର ସଭାନେତ୍ରୀ ଡା. ମୀରା ପତି, ସଂପାଦକ ପ୍ରଫେସର ଅନନ୍ତ ପ୍ରଧାନ, କୋଷାଧ୍ୟକ୍ଷ ଡ. ଉପେନ୍ଦ୍ରନାଥ ପାତ୍ର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ଇଂ. ହୃଷିକେଶ ସାହୁ, ଭାସ୍କର ଚନ୍ଦ୍ର ବାରିକ, ରତ୍ନାକର ଦାସ, ରବିକୁମାର ପାଣିଗ୍ରାହୀ, କଳ୍ପନାରାଣୀ ମହାନ୍ତି ଓ କେଶବ କୁମାର ଦେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଗ୍ରୀଷ୍ମଦିନେ ବହିର୍ବିଭାଗରେ ଚିକିତ୍ସା ପାଇଁ ଆସୁଥିବା ଶହଶହ ରୋଗୀ ଓ ସେମାନଙ୍କ ସହାୟକମାନଙ୍କୁ ସୁଶୀତଳ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇମାସ ପର୍ଯ୍ୟନ୍ତ ଚାଲୁରହିବ। ବର୍ଷତମାମ ସରକାରୀ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ବହୁରୋଗୀଙ୍କୁ ଚିକିତ୍ସା ଓ ଔଷଧ ପ୍ରଭୃତି ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦିଆଯାଥାଏ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଟ୍ରଷ୍ଟର ସଦସ୍ୟ ପ୍ରଭାତ ଦାସ ଅତିଥି ଓ ଉପସ୍ଥିତ ସଦସ୍ୟଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।