ଦୁନ୍ଦୁଲି ଓ ସେରିଗୁମା ରାସ୍ତା ଶୋଚନୀୟ: ନିର୍ମାଣଧୀନ ନିମ୍ନମାନର ରାସ୍ତାର ମାନକୁ ନେଇ ପ୍ରଶ୍ନ ବାଚୀ

କଲ୍ୟାଣସିଂହପୁର (ଓ୍ବାଇଏନଏସ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଓ କଲନରା ବ୍ଲକକୁ ସଂଯୋଗ କରୁଥିବା ଆରଡ଼ି ରାସ୍ତା ନିର୍ମାଣଧୀନ ରାସ୍ତା କୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ଦଶ ବର୍ଷ ପୂର୍ବେ କଲ୍ୟାଣସିଂହପୁର ବ୍ଲକର ସେରିଗୁମା ପଞ୍ଚାୟତର ବାଲାପାଇ ଠାରୁ କୋଳନରା ବ୍ଲକ ଦୁନ୍ଦୁଲି ଛକକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସୋଦକ ଯୋଜନାରେ ଦଶ କିମିରାସ୍ତା ଆରଡ଼ି ବିଭାଗ ନିର୍ମାଣ କରିଥିଲା। କିନ୍ତୁ ଦୀର୍ଘ ବର୍ଷ ଧରି ବିଭାଗ ରକ୍ଷାଣା ବ୍ୟକ୍ଷଣ କରିନଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା। ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ହେବା ଯୋଗୁ ନାଳରେ ବନ୍ୟା ପାଣି ଆସି ଉକ୍ତ ରାସ୍ତାରେ ଥିବା ଏକ କର୍ଲଭେଟ ଧୋଇହୋଇଗଲା।ଯାହା ଫଳରେ ସେରିଗୁମା ପଞ୍ଚାୟତ ଲୋକଙ୍କୁ ରାୟଗଡା ଯିବା ଆସିବାରେ ବହୁତ ଅସୁବିଧା ସୃଷ୍ଟି ହେଉଥିଲା। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଦୁନ୍ଦୁଲି ଛକ ଠାରୁ ବଲପାଇକୁ ପୁଣି ଆରଡ଼ି ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନୂତନ ଭାବେ ନିର୍ମାଣ ହେଉଛି। ରାସ୍ତା ନିର୍ମାଣ ଧୀନ ଅବସ୍ଥାରେ ଅତି ନିମ୍ନମାନର କାର୍ଯ୍ୟ ଠିକାଦାର କରୁଥିବାରୁ ଅଂଚଳ ବାସି ଅଭିଯୋଗ କରିଛନ୍ତି। ଏକ ମାସ ମଧ୍ୟରେ ନିର୍ମାଣ ଧୀନ ସିମେଣ୍ଟ କଂକ୍ରିଟ ରାସ୍ତା ଅତି ନିମ୍ନମାନର କାର୍ଯ୍ୟ କରିଥିବାରୁ ଏକ ନୀଳଗିରି ବୁହା ଟ୍ରାକ୍ଟର ଯିବା ସମୟରେ ରାସ୍ତାରେ ଦବି ଯିବାରୁ ଓଲଟି ପଡ଼ିଥିଲା ଟ୍ରାକ୍ଟର। ରାସ୍ତା କଡ଼ରେ ଏକ ନାଳ ପ୍ରଭାହିତ ହେଉଥିବାରୀ ସେହି ନାଳରେ ସମସ୍ତ ନୀଳଗିରି କାଠ ପଡ଼ିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଥିଲା। ରାସ୍ତା ଆରମ୍ବରୁ ଯଦି ଠିକାଦାର ଏଭଳି କାର୍ଯ୍ୟ କରୁଥିବା ବେଳେ ଆସନ୍ତା ଦିନରେ ଉକ୍ତ ରାସ୍ତାର ଅବସ୍ଥା କଣ ହେବ କିଏ କହିବ ବୋଲି ନିକଟସ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସିମେଣ୍ଟ କଂକ୍ରିଟ କାର୍ଯ୍ୟ ଚାଲୁଥିବା ବେଳେ ଯନ୍ତ୍ରୀଙ୍କ ଉପସ୍ଥିତ ରହି କାର୍ଯ୍ୟକରିବାର ନିୟମ ଥିଲେ ମଧ୍ୟ ବିଭଗୀୟ ଅଧିକାରୀଙ୍କ ଅନୁପସ୍ଥିତ ରହିବା ଠିକାଦାର ନିଜକୁ ସୁହାଇବା ଭଳି କାର୍ଯ୍ୟ କରିବାକୁନେଇ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଥିବା ସାଣ୍ଠ ଗଣ୍ଠ ପଦରେ ପଡିଯାଇଛି ବୋଲି ସାଧରଣରେ ଚର୍ଚା ଜୋର ଧରିଛି। ସରକାର ବଦଳିବା ପରେ କିଛି ଦୁର୍ନୀତି ଗ୍ରସ୍ତଙ୍କ ମାନସିକ ସ୍ଥିତି ବଦଳିବ ବୋଲି ଯାହା ଲୋକେ ଭାବୁଥିଲେ ପ୍ରକୃତ ରେ ସମ୍ପୂର୍ଣ ଭିନ୍ନ ବୋଲି ଆଲୋଚନା ହେଉଛି। ଏଣୁ ଜିଲ୍ଲା ପ୍ରଶାସନ ଓ ବିଭଗୀୟ ତଦନ୍ତ ହେଲେ ଜଣା ପଡିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ