ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଲୋକଗୀତ ପ୍ରତିଯୋଗିତା

 ବାଲେଶ୍ଵର (ଓ୍ବାଇଏନଏସ): ବାଲେଶ୍ବର ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ  ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଘାଟିତ ହୋଇଯାଇଅଛି । ଉଦଘାଟନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ସଭାପତିତ୍ବ କରିଥିଲେ । ଯୁବକ / ଯୁବତୀ ଙ୍କ ଅନ୍ତର୍ନିହିତ ପ୍ରତିଭା ଓ ନେତୃତ୍ୱ କ୍ଷମତା କୁ ପ୍ରଷ୍ଫୁଟିତ କରି ପ୍ରୋତ୍ସାହନ ଦେବା ହେଉଛି ଏହି ଉତ୍ସବ ର ପ୍ରମୁଖ ଉଦ୍ଦେଶ୍ୟ । ଏହି ଉତ୍ସବରେ ୧୫ ରୁ ୨୯ ବର୍ଷ ମଧ୍ୟରେ ମୋଟ ୬୦୦ ପ୍ରତିଯୋଗୀ ଲୋକଗୀତ , ଲୋକନୃତ୍ୟ , ବିଜ୍ଞାନ ମେଳା , କବିତା ଲିଖନ , ଗଳ୍ପ ଲିଖନ , ଚିତ୍ରାଙ୍କନ , ବକ୍ତୃତା ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଏହି ସମସ୍ତ ପ୍ରତିଯୋଗିତା ମଧ୍ୟରୁ ଲୋକଗୀତ ପ୍ରତିଯୋଗିତା ରେ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ର ଛାତ୍ରୀ ମାହେଶ୍ୱରୀ ପ୍ରଧାନ , ମେଘନା ସିଂ , ସୁନିତା ସୋରେନ , ସୁଲୋଚନା ସିଂ , ସୁକାନ୍ତି ମୁର୍ମୁ ଓ ଛାତ୍ର ବାବି ଜେନା , କୁନା ପ୍ରଧାନ , ପ୍ରକାଶ ମଲ୍ଲିକ , କାହ୍ନା ସିଂ ,  ଦିନେଶ ସିଂ ଅଂଶଗ୍ରହଣ କରିଥିଲେ। ସଂଗୀତ ଶିକ୍ଷକ ଗୌରାଙ୍ଗ ପାତ୍ର ଓ ସଂଜୀବ କୁମାର ବେହେରା ତତ୍ୱାବଧାନରେ  ପରିବେଷଣ ପଦକ୍ଷେପ ନିଆଯାଇଥିଲା। ଏହି ଲୋକଗୀତ ପ୍ରତିଯୋଗିତା ରେ ରାଣୀପଟଣା ବିଦ୍ୟାଳୟ ର ଛାତ୍ରଛାତ୍ରୀ ଦ୍ୱିତୀୟ ସ୍ଥାନ ଅଧିକାର କରି ନଗଦ ଅର୍ଥରାଶି Rs. 7500/- ପୁରସ୍କାର ପ୍ରାପ୍ତ କରିଛନ୍ତି । ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବେହେରା , ଜିଲ୍ଲା କ୍ରୀଡ଼ା ଅଧିକାରୀ  ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜେନା ଓ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଖୁସିରାମ ଗହୀର ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସାଧାରଣ ଯୁବାବର୍ଗ ଙ୍କ ସହିତ ଭିନକ୍ଷମ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ କମ ନୁହନ୍ତି।ଏହା  ବିଦ୍ୟାଳୟ ଏବଂ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ର ବିଷୟ ଅଟେ ।ପିଲାମାନଙ୍କ ସଫଳତା ପାଇଁ ବିଦ୍ୟାଳୟ ନିର୍ଦେଶକ ଦିବାକର ସ ଛାତ୍ର ଛାତ୍ରୀ ଓ ଶିକ୍ଷକମାନକୁ ସାଧୁବାଦ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ