୨୦୨୩-୨୬ ଏନସିସି କ୍ୟାଡଟଙ୍କୁ ବିଦାୟ ସମ୍ବର୍ଦ୍ଧନା

ବୁଗୁଡା, (ଅନୀଲ କୁମାର ମହାରଣା): ଏନସିସି, ଆର୍ମି ୱିଙ୍ଗ, ପିପୁଲ୍ସ କଲେଜ ବୁଗୁଡ଼ା ଗଞ୍ଜାମ ଦ୍ୱାରା ୨୦୨୩-୨୬ ବ୍ୟାଚ୍ ଏନସିସି କ୍ୟାଡଟଙ୍କ ପାଇଁ ଏକ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଏନସିସି ଅଧିକାରୀ ଲେଫନାଣ୍ଟ ଅଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଭାଇସପ୍ରିନ୍ସପାଲ ହରିକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଏବଂ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବିନ୍ଦ୍ର ନାଥ ପୋଲାଇ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ଏନସିସିର ସିଟିଓ ଶଙ୍କର ପରିଡା ମଧ୍ୟ ସେମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ। ଜେୟୁଓ ସ୍ୱାଗତି ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏସୟୁଓ ବରୁଣ ବିଶୋଇ ଦିବସର ଗୁରୁତ୍ୱ ବିଷୟରେ କହିଥିଲେ। ସମସ୍ତ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର କ୍ୟାଡେଟମାନେ ବରିଷ୍ଠ କ୍ୟାଡେଟଙ୍କ ସହ ସେମାନଙ୍କର ସ୍ମୃତି ବାଣ୍ଟିଥିଲେ। ତା’ପରେ ତୃତୀୟ ବର୍ଷର କ୍ୟାଡେଟମାନେ ସେମାନଙ୍କ ତିନି ବର୍ଷର ଯାତ୍ରା ପ୍ରକାଶ କରିଥିଲେଥିଲେ। ଏଥିସହ ଜୁନିଅର କ୍ୟାଡେଟମାନଙ୍କୁ ଭଲ କାମ କରିବାକୁ ଏବଂ ଏନସିସି ବିଭାଗକୁ ଗର୍ବିତ କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ତୃତୀୟ ବର୍ଷର ରେଙ୍କଧାରୀଙ୍କୁ ଏନସିସିର ବିଭିନ୍ନ କାର୍ଯ୍ୟକଳାପର ନେତୃତ୍ୱ ନେବା ପ୍ରତି ସେମାନଙ୍କର ଉତ୍ସର୍ଗୀକୃତତା ପାଇଁ ସମ୍ମାନିତ କରାଯାଇଥିଲା। ତା’ପରେ କିଛି ଦ୍ୱିତୀୟ ଏବଂ ପ୍ରଥମ ବର୍ଷର କ୍ୟାଡେଟଙ୍କୁ ୨୦୨୬-୨୭ ମସିହାର ଆଗାମୀ ଅଧିବେଶନ ପାଇଁ ନୂତନ ରେଙ୍କ ପ୍ରଦାନ କରାଯାଇଥିଲା।  ଶେଷରେ ସିପିଏଲ ଉଷାଶ୍ରୀ ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ। ଏନସିସି ସଙ୍ଗୀତ ଗାନ ସହିତ ସମାରୋହ ଶେଷ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ