ବିଶ୍ଵ ତମାଖୁ ବର୍ଜନ ଦିବସ
ହାଟଡିହି (ଓ୍ବାଇଏନଏସ): ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଶାସଙ୍ଗ ହାଇସ୍କୁଲର ସମରଶିକ୍ଷାର୍ଥୀ ବାହିନୀର ସମର ଶିକ୍ଷାର୍ଥୀମାନଙ୍କୁ ନେଇ ଏନସିସି ଅଫିସର ଶ୍ରୀଯୁକ୍ତ ଶିଶିର କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରୁ ଏକ ସଚେତନା ଶୋଭାଯାତ୍ରା ବାହାରି ଗ୍ରାମରେ ତମାଖୁ ସେବନର ଅପକାରିତା ସମ୍ପର୍କରେ ସଚେତନତା କରାଇଥିଲେ । ଏଥିରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ନବକିଶୋର ବିଶ୍ଵାଳ, ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି ବରିଷ୍ଠ ଶିକ୍ଷକ ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ସତ୍ୟବ୍ରତ ବିଶ୍ଵାଳ ପ୍ରମୁଖ ଯୋଗଦେଇ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରେ ସମସ୍ତେ କିପରି ସହଯୋଗର ହାତବଢାଇ ତମାଖୁ ସେବନ ବର୍ଜନ କରିପାରିବେ ବ୍ୟକ୍ତିଗତ ଭାବେ ସଚେତନ କରାଇଥିଲେ।


