ବାରହା ଉପଦ୍ରବରେ ଚାଷୀଙ୍କ ଧାନଫସଲ ନଷ୍ଟ : କ୍ଷତିପୂରଣ ଦାବୀରେ ଦିଗପହଣ୍ଡି ରେଞ୍ଜରଙ୍କୁ ଦାବୀପତ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଅଞ୍ଚଳରେ ବାରହା ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଚାଷଜମି ର ପାଚିଲା ଧାନ ଫସଲକୁ ବାରହା ପଲ ଦଳି ଚକୁଟି ନଷ୍ଟ କରିଦେବା ଦ୍ବାରା ଚାଷୀମାନେ ଚିନ୍ତାରେ ରହିଛନ୍ତି । ଏନେଇ ଶୁକ୍ରବାର ଅପରାହ୍ନରେ ଦିଗପହଣ୍ଡି ସହରର ବହୁ ସଂଖ୍ୟକ ଚାଷୀ ଏକତ୍ରିତ ହୋଇ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁଙ୍କୁ ଭେଟି ସବିଶେଷ ଆଲୋଚନା କରିବାସହ କ୍ଷତିପୂରଣ ପାଇଁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । କ୍ଷତିଗସ୍ତ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାସହ ବାରହା ମାନେ ଚାଷୀଙ୍କ ଧାନଫସଲକୁ କିଭଳି ନଷ୍ଟ କରିନପାରିବେ ସେଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଚାଷୀ ପି . ଶିବଶଙ୍କର , କିଶୋର ଚନ୍ଦ୍ର ଜେନା, ଇ . ସିମାଦ୍ରୀ , ଭିମ ଗୈାଡ , ଇପିଲି . ଦଣ୍ଡ  , ପି . ଦଣ୍ଡ , ଇ . ନରସିଂହ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ । ଏନେଇ ବନାଞ୍ଚଳ ଅଧିକାରୀ ଙ୍କୁ ପଚାରିବାରୁ ଦିଗପହଣ୍ଡି ବନପାଳ ସନ୍ତୋଷ ବିଷୋୟୀ ରତ୍ନ ଏବଂ ବନରକ୍ଷୀ ଙ୍କୁ କ୍ଷତିଗସ୍ତ ଜମି ଗୁଡ଼ିକୁ ପରିଦର୍ଶନ କରି ତତ୍କାଳ ସର୍ଭେ କରିବାକୁ ପରାମର୍ଶ ଦେଇଥିବା କହିଛନ୍ତି। ଧାନ ଫସଲ ଏକର ପ୍ରତି ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ର ବ୍ୟବସ୍ଥା ରହିଛି।  ସରକାରଙ୍କ ନିର୍ଦ୍ଧାରିତ ଗାଇଡ ଲାଇନ ଅନୁଯାୟୀ ଜିଓ ଟାଗ ଫଟୋ ଉତ୍ତୋଳନ କରି ରିପୋର୍ଟ ପ୍ରସ୍ତୁତ ପରେ  କ୍ଷୟକ୍ଷତି ଅନୁଯାୟୀ ଚାଷୀଙ୍କୁ ବନବିଭାଗ ପକ୍ଷରୁ ଆବଶ୍ୟକ କ୍ଷତିପୂରଣ ଦିଆଯିବା ପାଇଁ ସେ ଉପରିସ୍ଥ ଅଧିକାରୀଙ୍କୁ ସୁପାରିଶ କରିବେ ବୋଲି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ