ରାମଚଣ୍ଡୀରେ ଅଗ୍ନିଯୋଦ୍ଧାଙ୍କ ଜଳ ଦକ୍ଷତା ତାଲିମ ଶିବିର ଉଦଘାଟିତ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : ବୁଧବାର ଅପରାହ୍ନରେ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ପକ୍ଷରୁ କୋଣାର୍କ ରାମଚଣ୍ଡି ସ୍ଥିତ ଓଡ଼ିଶା ରାଜ୍ୟ ଜଳଦକ୍ଷତା ଓ ଜୀବନରକ୍ଷା ତାଲିମ କେନ୍ଦ୍ରଠାରେ ଅଗ୍ରଣୀ ଅଗ୍ନିଯୋଦ୍ଧା ମାନଙ୍କର ଏକ ତାଲିମ ଶିବିର ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ରାଜ୍ୟର ଅଗ୍ନିଶମ ବିଭାଗକୁ ଦେଶରେ ଶ୍ରେଷ୍ଠ ସ୍ଥାନ ବଜାୟ ରଖିବା ପାଇଁ ଅଗ୍ନିଶମ ବିଭାଗ ଦ୍ଵାରା ରାମଚଣ୍ଡି ଠାରେ ନବନିର୍ମିତ ଏହି ଅତ୍ୟାଧୁନିକ ଜଳଦକ୍ଷତା ତାଲିମ କେନ୍ଦ୍ରରେ ପ୍ରଥମଥର ପାଇଁ ଆୟୋଜିତ ତାଲିମ ଶିବିରରେ ରାଜ୍ୟର ୧୮୫ଜଣ ଅଗ୍ନିଯୋଦ୍ଧା ମାନଙ୍କର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଇସିଜି, ଫାଇବର ସ୍କାନିଂ , ବିପି , ବ୍ଲଡ଼ ସୁଗାର ଆଦି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଅଗ୍ନିଯୋଦ୍ଧା ମାନଙ୍କୁ ଫିଟନେସ ମନ୍ତ୍ର ଦେଇଥିଲେ । ୧୦ ଦିନ ଧରି ଏହି ଅଗ୍ନିଯୋଧା ମାନେ ଜଳଦକ୍ଷତା ରାମଚଣ୍ଡି ସ୍ଥିତ ଏହି ତାଲିମ କେନ୍ଦ୍ରରେ ତାଲିମ ନେବେ । ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଅଗ୍ନିଯୋଦ୍ଧା ମାନଙ୍କ ଶାରୀରିକ ଦକ୍ଷତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯିବା ଶହ ସାରାଦେଶରେ ଓଡ଼ିଶାର ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗର ଶ୍ରେଷ୍ଟତ୍ଵ ବଜାୟ ରହିବ ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ । ଏହି ତାଲିମ ଶିବିର ଉଦ୍ଦଘାଟନ ସମାରୋହରେ ଅଗ୍ନିଶମ ବିଭାଗ ଉପ ମହାନିର୍ଦ୍ଦେଶକ ଡଃ ଉମାଶଙ୍କର ଦାଶ ,ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର କୁମାର ସ୍ବାଇଁ , ରମେଶ ଚନ୍ଦ୍ର ମାଝୀ , ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡଃ ମନୋଜ ସାହୁ ,ପେଟ ଓ ଯକୃତ ବିଶେଷଜ୍ଞ , କେନ୍ଦ୍ରାଞ୍ଚଳ ଅଗ୍ନିଶମ ଅଧିକାରୀ ଟି କେ ବାବୁ , ଓସୱାଲ ଅଧକ୍ଷ ରଙ୍ଗାଧର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ । କୋଣାର୍କ ଅଗ୍ନିଶମ ବିଭାଗ ଅଧିକାରୀ ବିଚିତ୍ର ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ