ଦାଦା ବଟି ମାଗିବା ଅଭିଯୋଗରେ ୪ ଗିରଫ
ଛତ୍ରପୁର, (ଓ୍ବାଇଏନଏସ) : ଦାଦା ବଟି ମାଗିବା ଅଭିଯୋଗରେ ଛତ୍ରପୁର ପୁଲିସ ୪ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଖଣ୍ଡା ଜବତ କରିଛି । ଗିରଫ ମାନେ ହେଲେ ସୁନ୍ଦରପୁର ଗ୍ରାମର ପ୍ରତାପ ନାହାକ(୩୨), ବଳରାମପୁରର କେ.ଲବ ପାତ୍ର(୪୫),ବିଜୁ ଦାସ(୪୨) ଓ ଗଣେଷ ବେହେରା(୨୫) । ଏବେ ବି ଏହି ଘଟଣାରେ ଅନ୍ୟ ଦୁଇ ଜଣ ଫେରାର ରହିଥିବା ବେଳେ ଖୁବଶ୍ରୀଘ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି । ସୂଚନା ଥାଉକି ଗତକାଲି ରାତ୍ରରେ ସୁନ୍ଦରପୁର ଅଚଂଳର କାଜୁ ବ୍ୟବସାୟୀ ପଦ୍ମଲୋଚନ ପଣ୍ଡା ଙ୍କୁ ଅଭିଯୁକ୍ତ ମାନେ ଅଟକାଇ ଖଣ୍ଡା ଦେଖାଇ ଦାଦା ବଟି ମାଗିଥିଲେ । ପରେ ତାଙ୍କ ଘରକୁ ଯାଇ ଭଙ୍ଗାରୁଜା କରିବା ସହ ଗାଡିକୁ ଭାଙ୍ଗିଥିଲେ । ଘଟଣାକୁ ନେଇ ପଦ୍ମଲୋଚନ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତି କରି ପୁଲିସ ୭୮୧/୨୫ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ପ୍ରତାପ ଓ କେ .ଲବ ପାତ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି ।


