ଦୁଇ ବାଇକ ଚୋରି ଗ୍ୟାଙ୍ଗକୁ ଧରିଲା ପୁଲିସ: ୬ ଗାଡି ଜବତ ସହ ଦୁଇ ନାବଳ ସମେତ ୫ ଗିରଫ

ଛତ୍ରପୁର,(ଓ୍ବାଇଏନଏସ) :  ପୁଣି ଛତ୍ରପୁର ପୁଲିସକୁ ମିଳିଛି ସଫଳତା । ଦୁଇ ବାଇକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ଛତ୍ରପୁର ପୁଲିସ ,ସେମାନଙ୍କ ନିକଟରୁ ୬ଟି ବାଇକ ଜବତ କରିଥିବା ବେଳେ ଦୁଇ ନାବଳକ ସମେତ ୫ଜଣ ଗିରଫ । ଗିରଫ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଲାଣ୍ଠି ଅଚଂଳର ଆକାଶ କୁମାର ମହରଣା(୨୦), ଶିବରାମ ପ୍ରଧାନ(୨୦) ଓ ସୁଭମ ସେଠୀ(୧୯) ଓ ଅନ୍ୟ ଦୁଇ ଜଣ ଦିଗପହି ବନ୍ଥପଲ୍ଲୀ ଅଚଂଳ ବୋଲି ଛତ୍ରପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ । ସୂଚନା ଥାଉକି ଛତ୍ରପୁର ଥାନା ଅଚଂଳରେ କିଛି ଦିନ ହେଲା ବାଇକ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲା । ୧ ନଭେମ୍ବର ୨୦୨୫ରେ ପିଲ୍ଲୀ ବନ୍ଧ ସ୍ଥିତ ଭାରତ ଫାଇନେନ୍ସ କମ୍ପାନୀ କାର୍ଯ୍ୟାଳୟ ନିକଟରୁ ମନୋଜ କୁମାର ମିଶ୍ରଙ୍କ ଏକ ବାଇକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା, ଏନେଇ ଥାନାରେ ୭୧୬/୨୫ ମାମଲା ରୁଜୁ ହୋଇଥିଲା । ସେହିପରି ୧୮ ଡିସେମ୍ବର ରେଡି ସାହି ନିକଟରୁ ସୁବାଷ ପ୍ରଧାନ ଗାଡି ଚୋରି ଅଭିଯୋଗରେ ୭୭୬/୨୫ ଓ କିଚେନ ୯୯ ଦେବଦତ୍ତ ପଣ୍ଡା ଙ୍କ ଗାଡି ଚୋରି ହୋଇଥିବା ବେଳେ ୭୭୮/୨୫ ମାମଲା ରୁଜୁ ହୋଇଥିଲା । ଏନେଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଲାଠି ଅଚଂଳରୁ ୩ଜଣ ଧରିବା ସହ ସେମାନଙ୍କ ନିକଟରୁ ୫ ଟି ଗାଡି ଓ  ବନ୍ଥପଲ୍ଲୀ ଅଚଂଳରୁ  ଦୁଇ ନାବଳକ ଧରବା ସହ ସେମାନଙ୍କ ନିକଟରୁ ଗୋଟିଏ ଗାଡି ଜବତ କରାଯାଇଥିଲା । ଜବତ ୬ ଗାଡି ମଧ୍ୟରୁ ୩ଟି ଗାଡି ଛତ୍ରପୁର ଥାନା ଅଚଂଳର ହୋଇଥିବା ବେଳେ ଅନ୍ୟ ୩ଟି ଅନ୍ୟ ଥାନା ଅଚଂଳର ବୋଲି ଥାନା ଅଧିକାରୀ କହିଛନ୍ତି । ଜବତ ଗାଡି ଗୁଡିକୁ ଗାଡି ମାଲିକକୁ ଫେରସ୍ତ କରାଯାଇଛି । ଏବେବି ଛତ୍ରପୁର ଅଚଂଳରେ ବହୁ ଗାଡି ଚୋରି ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ