ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ରେମୁଣା, (ଓ୍ବାଇଏନଏସ): ବାଲେଶ୍ୱର ଜିଲ୍ଲାର ରେମୁଣା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ  ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରେମୁଣା ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୪୪ ଜଣ ଅଭିଯୋଗକାରୀ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରୁ ୪୧ ଗୋଟି ବ୍ୟକ୍ତିଗତ ଓ ୧ ଗୋଟି ସାମୁହିକ ଅଭିଯୋଗ ସମ୍ପର୍କିତ ହୋଇଥିବା ବେଳେ ୨ ଗୋଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ନିମନ୍ତେ ଆବେଦନ କରିଥିଲେ  I ଏହି ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୫ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ, ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ, ବାଲେଶ୍ୱର, ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଉପ ଜିଲ୍ଲାପାଳ, ବାଲେଶ୍ୱର ଶ୍ରୀଯୁକ୍ତ ଶିବ ମାଲବ୍ୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଡ. ଅମୂଲ୍ୟ କୁମାର ଦାସ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ, ଜିଲ୍ଲା ପରିଷଦ, ବାଲେଶ୍ୱର ଡଃ ମଧୁସ୍ମିତା ସାମନ୍ତରାୟ, ତହସିଲଦାର, ରେମୁଣା ଶ୍ରୀମତୀ ବର୍ଷା ପରିଡ଼ାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ