ହାଟଡିହି କଲେଜର ଜାତୀୟ ସେବା ଶିବିର ଉଦଯାପିତ
ହାଟଡିହି (ଓ୍ବାଇଏନଏସ): ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହିର ଜାତୀୟ ସେବା ଯୋଜନା ତରଫରୁ ଚାଲିଥିବା ୭ ଦିନିଆ ଜାତୀୟ ସେବା ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶଙ୍କ ସଂଯୋଜନାରେ ୫୦ ଜଣ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ପନ୍ଦାଡୋ ପଞ୍ଚାୟତ ଅଧୀନ ପୋଡ଼ାସୀଙ୍ଗିଡି ଗ୍ରାମରେ ଏହି ଶିବିର ଚାଲିଥିଲା। ମହାବିଦ୍ୟାଳୟର ଅଧକ୍ଷ ଚିତ୍ତରଞ୍ଜନ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ହାଟଡିହି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ପରିଡ଼ା ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଓ ଜାତୀୟ ସେବା ଯୋଜନାର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଜେନା ଓ ମିନତି ଧଳ ଯୋଗ ଦେଇଥିଲେ। ଏହି ସଭାରେ ଅତିଥବୃନ୍ଦ ସ୍ୱେଚ୍ଛାସେବୀ ମାନଙ୍କୁ ତାଙ୍କର ସାତଦିନର ସମସ୍ତ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣେଇବା ସହିତ ସେବା ଦ୍ଵାରା ସମାଜର କିପରି ପରିବର୍ତ୍ତନ ହୋଇପାରିବ ତାହାର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧକ୍ଷ ସମସ୍ତଙ୍କୁ ସେବା ମନୋଭାବ ପୋଷଣ କରିବା ପାଇଁ ଉତ୍ସାହିତ କରିଥିଲେ ଓ କାର୍ଯ୍ୟକ୍ରମ ଅଧିକାରୀ ଅଜୟ କୁମାର ଦାଶ ସମସ୍ତ ଅତିଥିବୃନ୍ଦ, ସମସ୍ତ ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜଣାଇଥିଲେ। ଅତିଥି ମାନେ ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି ଶିବିରରେ ସ୍ବେଚ୍ଛାସେବୀ ମାନେ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ବିଷୟରେ ସେହି ଅଞ୍ଚଳ ବାସୀଙ୍କୁ ସଚେତନ କରିଥିଲେ। ବୃକ୍ଷରୋପଣ ଓ ବିଦ୍ୟାଳୟ ପରିସର ସଫେଇ, ଜଳ ସଂରକ୍ଷଣ ଓ ଜଳ ପ୍ରଦୂଷଣ ଉପରେ ସଚେତନତା, ଅନ୍ଧବିଶ୍ୱାସ ଦୂରୀକରଣ, ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ନାରୀ ଶିକ୍ଷା ଉପରେ ସଚେତନତା, ପର୍ଯ୍ୟଟନ ସ୍ଥଳୀ ରାମଚଣ୍ଡୀ ପରିସର ସଫା ସହିତ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ପର୍ଯ୍ୟଟଙ୍କକରି ମାନଙ୍କୁ ସଚେତନ କରାଯିବା ସହ ସ୍ବଚ୍ଛତା, ପରିବେଶ ପ୍ରଦୂଷଣ ଉପରେ ପଥପ୍ରାନ୍ତ ନାଟକ କରାଯିବା ସହ ନିଆଁ ଲିଭାଇବା ଓ ଆୟତ୍ତ କରିବାର କୌଶଳ, ସହ ବାଳାଶ୍ରମ ପରିସର ସଫେଇ ସହ ସେଠାରେ ଥିବା ଅନ୍ତେବାସୀ ମାନଙ୍କୁ ଖାତା, କଲମ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା, ନିଶା ନିବାରଣ ଉପରେ ସଚେତନତା ଶୋଭାଯାତ୍ରା ସହିତ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଦିବସରେ ଫାର୍ମାସିଷ୍ଟ ଶ୍ରୀଯୁକ୍ତ ଶ୍ରୀରାମ ଜେନାଙ୍କ ଦ୍ଵାରା ଯୁବାବସ୍ଥାରେ ଆମେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବା ଏହା ଉପରେ ସ୍ବେଚ୍ଛାସେବୀ ମାନଙ୍କୁ ସଚେତନ ମଧ୍ୟ କରିଥିଲେ।


