ପାରଳାଖେମୁଣ୍ଡି ସହରରେ ଆରମ୍ଭ ହେଲା ବଙ୍ଗଳାଦେଶୀଙ୍କ ଚିହ୍ନଟ ପ୍ରକ୍ରିୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଦେଶ ସାରା ବଙ୍ଗଳାଦେଶୀଙ୍କୁ ନେଇ ଆକ୍ରୋଶ ବଡୁଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରେ ବଙ୍ଗଳାଦେଶୀଙ୍କୁ ଚିହ୍ନଟ କରିବା ଆରମ୍ଭ କରାଯାଇଛି. ଗଜପତି ଜିଲ୍ଲାରେ ମଧ୍ୟ ରୋହିଙ୍ଗିଆ ବଙ୍ଗଳାଦେଶୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସହର ତଥା ଜିଲ୍ଳାର ବିଭିନ୍ନ ସ୍ଥାନରେ ଏହି ମାନେ ନିଜର କାୟା ବିସ୍ତାର କରି ବିଭିନ୍ନ ଫେରି କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ବହୁ ଅଭିଯୋଗ ମାନ ଆସୁଥିବା ବେଳେ ଆଜି ପାରଳା ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରଖିବା ସହ ଆଗକୁ ଏପରି ଚିହ୍ନଟ ପ୍ରକ୍ରିୟା ଜାରି ରହିବା ନେଇ ଶୁଣିବାକୁ ମିଳିଛି। ଆରୋଗ୍ୟ ସାହିରେ କିଛି ଅଚିହ୍ନା ଲୋକଙ୍କୁ ଠାବ କରିଥିବା ବେଳେ ସେମାନେ ଫେରି କରୁଥିବା ନଜର ଆସିଛି। ଜିଲ୍ଲାର ଏପରିକି କିଛି ଫ୍ୟାକ୍ଟ୍ରି, ରେଷ୍ଟୁରାଣ୍ଟ ରେ କମ ଟଙ୍କାରେ ଏହି ବଙ୍ଗଳା ଦେଶୀ ମାନଙ୍କୁ ମାଲିକ ମାନେ ପସୁ ଛନ୍ତି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଥିବା ବେଳେ ଏହି ମାଲିକ ମାନଙ୍କ ଉପରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହିନ୍ଦୁ ସଙ୍ଗଠନ ପକ୍ଷରୁ କୁହାଯାଇଛି।


