ପ୍ରେସ କ୍ଳବ ତରଫରୁ ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କୁ ମୁନିଗୁଡା ପ୍ରେସ କ୍ଳବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା, ଏହି ଅବସରରେ ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସ ଓ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ମିଳିତରେ ସଦସ୍ୟ ମାନେ ଉପସ୍ଥିତ ରହି ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ,ପରେ ଏକ ସୌଜନ୍ୟମୂଳକ ସାକ୍ଷାତ ସହ ମୁନିଗୁଡାର ଟ୍ରାଫିକ ସମସ୍ୟା,ବିଭିନ୍ନ ଚୋରି,ବେଆଇନ ପାର୍କିଙ୍ଗ, ପେଟ୍ରୋଲିଙ୍ଗ, ଷ୍ଟ୍ରିଟ ଲାଇଟ ଓ ସିସିଟିଭି କେମେରା ସହ ଅନେକ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ,ସମସ୍ତ ଆଲୋଚନା ପରେ ଥାନା ଅଧିକାରୀ ଶ୍ରୀ ସାଗର ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ସୁଦୃଢ଼ କରିବା,ଅପରାଧ ନିୟନ୍ତ୍ରଣ,ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଏବଂ ସାଧାରଣ ଲୋକଙ୍କ ଅଭିଯୋଗର ତ୍ବରିତ ସମାଧାନକୁ ପ୍ରାଥମିକତା ଦିଆଯିବ। ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ବୟ ବୃଦ୍ଧି କରି ଏକ ଜନବନ୍ଧବ ପୁଲିସ ବ୍ୟବସ୍ଥା ଗଢ଼ି ତୋଳିବାକୁ ସେ ପ୍ରତିବଦ୍ଧ ବୋଲି ପ୍ରକାଶ କରିଛନ୍ତି । ଏଥିସହ ମୁନିଗୁଡାରେ ଥିବା ବିଭିନ୍ନ ସମସ୍ୟା ପ୍ରତି ଧ୍ୟାନ ଦେବାସହ ଆଗାମୀ ଦିନରେ ସମସ୍ୟା ଗୁଡିକର ସମାଧାନ କରିବାକୁ ଚେଷ୍ଟା ଜାରି ରହିବା ସହ ମୁନିଗୁଡାର ସମସ୍ତ ଜନସାଧାରଣ ଏବଂ ବିଶେଷ କରି ସାମ୍ବାଦିକ ବନ୍ଧୁ ମାନଙ୍କ ସହଯୋଗ କାମନା କରିଥିଲେ, ସମସ୍ତେ ମିଳିମିଶି କାର୍ଯ୍ୟ କଲେ ନିଶ୍ଚିତ ଭାବେ ମୁନିଗୁଡାର ଉର୍ନତି ଦିଗରେ ଆଗେଇବ ବୋଲି ପ୍ରକାଶ କରିଥିଲେ,ଏହି ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଳବ ଉପ ସଭାପତି ମନୋରଞ୍ଜନ ଦଳାଇ, କୋଷାଧକ୍ଷ ନରେଶ ପାତ୍ର,ସିମାଞ୍ଚଳ ପଣ୍ଡା, ପ୍ରମୋଦ ସାହୁକାର,ସନାତନ ନାୟକ,ଲାଡି ଶଙ୍କର,ବି.ଆନନ୍ଦ,ପି.ରାମବାବୁ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ନୂତନ ଆଇଆଇସିଙ୍କ ଯୋଗଦାନକୁ ନେଇ ମୁନିଗୁଡା ଅଞ୍ଚଳବାସୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ସୁଦୃଢ଼ ହେବା ସହ ଲୋକଙ୍କ ବିଭିନ୍ନ ସମସ୍ୟାର ଦ୍ରୁତ ସମାଧାନ ହେବ ବୋଲି ଆଶା ପ୍ରକାଶ ପାଇଛି ।


