ଭୋଜିରେ ନିଶା ସାଜିଲା ଘାତକ : ବିୟର ବୋତଲରେ ଆକ୍ରମଣରେ ଦୁଇ ଅଟକ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ବର୍ଷ ଆରମ୍ଭ ରୁ ଅଘଟଣ। ନୂଆ ବର୍ଷ ରେ ଭୋଜି କରିଥିବା ବେଳେ ନିଶା ସାଜିଲା ବଇରୀ। ବଣ ଭୋଜି କରୁଥିବା ବେଳେ ବଚସା ରୁ ପେଟ ଓ ବେକରେ କୁ ମଦ ବୋତଲ ଆଘାତ ।ପିକିନିକ ରେ ଯୁବକକୁ ମଦ ବୋତଲ ଭୂସିଦେଲେ ,ପୁରୀ ଜିଲ୍ଲା କାକଟପୁର ଥାନା ନିକଟସ୍ଥ ରାମେଶ୍ୱର ଜଙ୍ଗଲ ରେ ପିକିନିକ ଭୋଜି ଚାଲୁଥିବା ବେଳେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ବଚସା ଗଣ୍ଡଗୋଳ, ଭୁସିଦେଲେ ମଦ ବୋତଲ ଯୁବକ ଜଣକ ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତ ମୁରୁଡା ଗାଁର ପିଣ୍ଟୁ ରାଉତ ବୋଲି ସୂଚନା, ବେକରେ ଶକ୍ତ ଆଘାତ ହେତୁ ଯୁବକ ଙ୍କୁ ପ୍ରଥମେ ଚାରିଛକ ମେଡିକାଲ ପରେ ଅବସ୍ଥା ଗୁରୁତ୍ୱର ହେବାରୁ ଭୂବନେଶ୍ୱର ଏମ ସ କୁ ସ୍ଥାନାନ୍ତରିତ କରାଯାଇଛି। କାକଟପୁର ଥାନାରେ ଦୁଇ ଜଣ ଅଟକଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ । ନୂଆ ବର୍ଷ ରେ ଭୋଜି କରି ନିଶା ସେବନ ପରେ ଯୁବକ ମାନଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ଉତ୍ୟକ୍ତ ହୋଇ ଉଭୟ ଙ୍କ ମଧ୍ୟରେ ପାଟି ତୁଣ୍ଡ ହେବାରୁ ବିଅର ବୋତଲ ଆକ୍ରମଣ କରାଯାଇଥିଲା। ଯାହାକି ଅସୁରକ୍ଷିତ ହୋଇଛି ବିଭିନ୍ନ ପିକନିକ ସ୍ପଷ୍ଟ। ପୋଲିସ ମୁତୟନ ନଥିବାରୁ ଏଭଳି ଘଟଣା ଘଟିଛି ବୋଲି ଚର୍ଚ୍ଚା।


