ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନିୟମିତତା : ଜାଲ ଦସ୍ତଖତରେ ଶିକ୍ଷକଙ୍କ ଡେପୁଟେସନକୁ ନେଇ ଅସନ୍ତୋଷ

ହାଟଡିହି  (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଚାଲିଥିବା ଅନିୟମିତତା ଏବେ ଚରମ ସୀମାରେ ପହଞ୍ଚିଛି। ସତେ ଯେପରି କାର୍ଯ୍ୟାଳୟ ରେ ଅରାଜକତା ବ୍ୟାପିବାରେ ଲାଗିଛି। ବଦଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଏଠାରେ ଡେପୁଟେସନ ନାମରେ ପ୍ରତି ଦିନ ଶିକ୍ଷକଙ୍କୁ ଏ ସ୍କୁଲ ରୁ ସେ ସ୍କୁଲ କୁ ପଠା ଯାଉଛି। ଏତେ ପରେବି ଜଣେ ଶିକ୍ଷକ ଥିବା ସ୍କୁଲ ରେ ଶିକ୍ଷକ ନିଯୁକ୍ତି କରାଯାଇ ପାରୁନି। ଅନ୍ୟପଟେ ଜାଲ ଦସ୍ତଖତରେ ଶିକ୍ଷକଙ୍କ ଡେପୁଟେସନ କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାଇ ମୁଗୁପୁର ହାଇସ୍କୁଲର ଜଣେ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠି ନଂ ୧୦୬୬ ତା ୧୭/୪/୨୦୨୬ ଅନୁଯାଇ ଏପ୍ରିଲ ୧୭ ଓ ୧୮ ତାରିଖ ଦୁଇଦିନ ପାଇଁ ସୁଲଣ ସ୍କୁଲକୁ ବଦଳି କରାଯାଇଛି। ୧୬ ତାରିଖ ରାତି ୧୨ଟାରେ ଏହି ଚିଠି କରାଯାଇଥିବା ବେଳେ ବିଇଓ ସେଦିନ ଅନୁପସ୍ଥିତ ଥିବାରୁ  ଏହି ନିର୍ଦେଶ ନାମାରେ ବିଇଓଙ୍କ ଦସ୍ତଖତକୁ ଜାଲ କରାଯାଇ ଥିବା ନେଇ ଆଜି କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏହାକୁ ନେଇ ଶିକ୍ଷକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିରେ ସିଆରସିସିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଗତ କିଛିଦିନ ହେଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ବେଆଇନ କାର୍ଯ୍ୟକୁ ନେଇ କେତେକ ଶିକ୍ଷକ ସଂଗଠନ ମଧ୍ୟ ମୁଁହ ଖୋଲିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ସହ ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ ନକରି ପିଅନ ଓ କିରାଣୀଙ୍କୁ ସ୍କୁଲ ତଦାରଖ କରାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶିକ୍ଷକ ସଙ୍ଘ କର୍ମକର୍ତ୍ତା ମାନେ ପ୍ରଶ୍ନ କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ