ଗୋରୁ ଗାଇଙ୍କ ଆଡାସ୍ଥଳୀ ପାଲଟିଛି କଲ୍ୟାଣସିଂହପୁର
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଓ ବିଭିନ୍ନ ଛକ ଗାଈଗୋରୁଙ୍କ ଆଡ୍ଡାସ୍ଥଳି ପାଲଟିଛି ଯାଇଥିବାରୁ ବଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସବୁବେଳେ ୨୪×୭ ଗୁଣ୍ଡିଚା ମନ୍ଦିର ସାହି, ମନ୍ଦିର ଛକ, ଜଗନ୍ନାଥ ମନ୍ଦିର ଛକ, ଥାନା ସମ୍ମୁଖରେ, କାଚରା ସାହି ନିକଟ, ସଦର ବଜାର ଛକ, ନାଗାବଳି ନଦୀ ପୋଲ ଓ କାଲିସୁନ୍ଦରୀ ମନ୍ଦିର ଛକ ଉପରେ ଗାଈଗୋରୁ ଜମା ହୋଇ ରହୁଥିବାରୁ ଏକ ପ୍ରକାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଇଛି। । ସକାଳୁ ପରିବା ବଜାର ଖୋଲିବା ମାତ୍ରେ ଗାଈଗୋରୁ ଆସି ରୁଣ୍ଡ ହୋଇ ଯାଉଛନ୍ତି । ଛୋଟବଡ଼ ଦୁର୍ଘଟଣା ଘଟୁଛି ଆହତ ହୋଇ ଡାକ୍ତରଖାନାରେ ପଡୁଛନ୍ତି ଏମିତିକି ଜୀବନ ଯିବାର ମଧ୍ୟ ନଜୀର ରହିଛି। ଗୋରୁମଳିକ ମାନେ ରାସ୍ତା ଉପର ଛାଡିଦେଉ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଗୋରୁ ଗାଈ ଦୁର୍ଘଟଣାରେ ମୃତ୍ୟୁ ହେଲେ ନିଜର ବୋଲି ଦାବିକରି ଟଙ୍କା ଆଦାୟ କରିଥାନ୍ତି ମାଲିକମାନେ। କିନ୍ତୁ ଦୁର୍ଘଟଣାରେ ଶିକାର ହେଲେ କେହି ଧରା ଦିଅନ୍ତିନି ବୋଲି ଅଭିଯୋଗ ହୋଇଛି। ବୁଲା ଗାଈଗୋରୁ ରାସ୍ତା ଉପର ଥିଲେ ପଞ୍ଚାୟତ କାର୍ଯ୍ୟାନୁଷ୍ଠାନ ନେବାର ପ୍ରବଧାନ ରହିଛି। ନଚେତ ପଞ୍ଚାୟତ ଗୋଶାଳାରେ ରଖିବାର ମଧ୍ୟ ନିୟମ ରହିଛି। ସ୍ୱର୍ବ ଉଚ୍ଚନ୍ୟାୟଳ ଗୋରୁ ଦୁର୍ଘଟଣାରେ ଘଟିଥିବା ଘଟଣା ସମ୍ପୃକ୍ତ ଗୋରୁମଳିକ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମଧ୍ୟ ରାୟ ପ୍ରକାଶ କରିଛନ୍ତି। ଗୋଶାଳାରେ ପୋଲିସ କିମ୍ବା ପଞ୍ଚାୟତ ରଖିଥିବା ଗୋରୁଙ୍କୁ ଗୋଶାଳା ମାଲିକ କିମ୍ବା ସଂସ୍ଥାରେ ଟଙ୍କା ଦେଇ ଗୋରୁ ଆଣିବା ପାଇଁ ମଧ୍ୟ ନ୍ୟାୟାଳୟ ରାୟ ପ୍ରକାଶ କରିଛନ୍ତି। ରାୟଗଡା ଜିଲ୍ଲାର ସର୍ବ ବୃହତ ଗୋଶାଳା କଲ୍ୟାଣସିଂହପୁର ଦେବଗିରି ଆଶ୍ରମରେ ରହିଛି। ଗୋଚାଲାଣ କିମ୍ବା ବେଆଇନ ଗୋରୁ ଛାଡ଼ିବା ଘଟଣାକୁ ଗୋଶାଳା ରଖିବା ପାଇଁ ସରକାର ନିର୍ମାଣ କରିଛନ୍ତି। ସେଠାରେ ପ୍ରାୟ ହଜାରେରୁ ଅଧିକ ଗୋରୁ ରହିବା ଖାଇବା ର ସମସ୍ତ ବ୍ୟବସ୍ତା ରହିଛି। ଯଦି ପୋଲିସ ଓ ପଞ୍ଚାୟତ ସରପଞ୍ଚ ରାସ୍ତା ଉପର ରହୁଥିବା ଗାଈ ଗୋରୁଙ୍କୁ ଉଠାଇ ନେଇ ଗୋଶାଳା ଛାଡିଲେ ଗୋରୁ ଦୁର୍ଘଟଣାରୁ ମୁକ୍ତି ମିଳିବା ସହ ମାଲିକ ମଧ୍ୟ ଚେତିବେ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।ସନ୍ଧ୍ୟାରେ ଗୋଟିଏ ଗୋଟିଏ ଗାଈ ଆସି ଛକରେ ଜମା ହେଉଛନ୍ତି । ମାଲିକମାନେ ଗାଈଗୋରୁଙ୍କୁ ନିଜ ଅଧୀନରେ ରଖୁ ନ ଥିବାରୁ ।ରୁ ଏପରି ପରିସ୍ଥି ଭିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି।


