ଖଣ୍ଡୁରୁରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ପୋଲସରା,(ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ପଞ୍ଚାୟତ ପରିସରରେ ଡିସେମ୍ବର ୨୨ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତରେ ପୋଲସରା ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଖଣ୍ଡୁରୁ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ମୋଟ ୫୦ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୧୦ଟି ଅଭିଯୋଗର ତତ୍କାଳ ସମାଧାନ ହୋଇ ନୂତନ ରାସନ କାର୍ଡ, ଅନ୍ତର୍ଦେୟ କାର୍ଡ ଓ ଘର ପଟ୍ଟା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ପୋଲସରା ଆଇଆଇସି କୌଶିକ ମାଝୀ, ସିଡିପିଓ ତିଳୋତ୍ତମା ରାଉତ, ଏବିଡିଓ ସୋନମ୍ ବେହେରା, ସରପଞ୍ଚ ସରିତା ପଣ୍ଡା ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା,  ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନା ରାଣୀ ଦେହୁରୀ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ସଦ୍ଧାନ୍ତ କୁମାର ସାହୁ, ଗ୍ରାମ୍ଯ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜିବ ପାତ୍ର, କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସନୁଜ୍ କୁମାର, ଯନ୍ତ୍ରୀ ଶ୍ରୀକାନ୍ତ ଜେନା ସମେତ ବିଭିନ୍ନ ବିଭାଗ ର କର୍ମଚାରୀ ଜନଶୁଣାଣୀରେ ଉପସ୍ଥିତ ଥିଲେ ।  ଜନଶୁଣାଣି ଅଫିସର ଲିପ୍ସା ରାଣୀ ଭଞ୍ଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ପିଇଓ ନିରଞ୍ଜନ ସେଠୀ, ସରୋଜ କୁମାର ପାଣିଗ୍ରାହୀ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ