ପ୍ରଶାସନର ବିଫଳତା ଯୋଗୁଁ ଗଜପତିରେ ଜମି ବିବାଦକୁ ନେଇ ଉତ୍ତେଜନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନକ ଡୁଙ୍ଗୁରୁ ଗ୍ରାମରେ ପ୍ରଶାସନର ବିଫଳତା ଯୋଗୁଁ ଜମି ବିବାଦକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି. ଏହି ଗ୍ରାମ ନିକଟରେ ଥିବା ସରକାରୀ ଜମିରେ ଗ୍ରାମର ୩୪ ପରିବାର ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ହେଲେ ଏବେ ସେହି ଜମିକୁ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି କରିବା ଲକ୍ଷ୍ୟରେ ଇଡ଼କୋକୁ ଏକ ରିସର୍ଟ କରିବା ପାଇଁ ଅନୁମତି ଦିଆଯାଇଛି। ଯାହା ଫଳରେ ଗୁରୁବାର ଦିନ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ କରିବା ସହ ଚିହ୍ନଟ ପାଇଁ ପହଞ୍ଚିଥିଲା ତିନି ପ୍ଲାଟୁନ ପୋଲିସ ଫୋର୍ସ। ହେଲେ ସେହି ଜାଗାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜାଗା ଚିହ୍ନଟକୁ ବିରୋଧ କରିବା ସହ ସେଠାରୁ ଚାଲିଯିବାକୁ ଜିଦ ଧରି ଦିନ ତମାମ ରହିଥିଲେ। ଅପରପକ୍ଷରେ ମୋହନା ତହସିଲଦାର ଚକ୍ରଧର ପାଢ଼ୀ ୩୪ ଜଣ ପରିବାରର ସଦସ୍ୟଙ୍କୁ ଯୋଗ୍ୟତା ହିସାବରେ ଚାକିରୀ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଗାଁ ଲୋକେ ଏହାକୁ ଶୁଣିନଥିଲେ। ଶେଷରେ ଗାଁ ଲୋକଙ୍କ ସହ ଗଜପତି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା. ଗାଁ ଲୋକେ ଘର ପିଛା ଦଶ ଏକର ଜମି ଦେଲେ ସେହି ଜାଗାକୁ ଛଡ଼ା ଯିବୁ ବୋଲି କହିଥିଲେ। ପ୍ରଶାସନର ବିଫଳତା ଯୋଗୁଁ ଏଠାରେ କୌଣସି ଜମି ଚି଼ହ୍ନଟ ହେବା ପରିବର୍ତ୍ତେ ଉତ୍ତେଜନା ଯୋଗୁଁ ଗ୍ରାମବାସୀ ଓ ପ୍ରଶାସନର ଆଲୋଚନା ସଫଳ ହୋଇପାରିନାହିଁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ