ନିତ୍ୟାନନ୍ଦ ପାଠାଗାରର ଦ୍ଵାଦଶତମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଥିବା ନିତ୍ୟାନନ୍ଦ ପାଠାଗାରର ଦ୍ଵାଦଶତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି ବୈଠକରେ ପାଠାଗାରର ଅନେକ ସଭ୍ୟଙ୍କ ସହ ମୁଖ୍ୟ ଅତିଥି ରୂପେ ଚାରି ନମ୍ବର ୱାର୍ଡର କାଉନସିଲର ଶ୍ରୀ ବାଳକୃଷ୍ଣ ପାତ୍ର ଯୋଗ ଦେଇ ପାଠାଗାରର ଉନ୍ନତି ସକାଶେ ନିଜର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ବିଚିତ୍ରା ନନ୍ଦ ବେବର୍ତ୍ତା ପାଠାଗାରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ପକ୍ଷରେ ସଭାପତି ଗୌରହରି ପଟନାୟକ ଓ ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟନାୟକ ପାଠାଗାର ନିମନ୍ତେ ଯଥାସାଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କୋଷାଧ୍ୟକ୍ଷ ରବି ନାରାୟଣ ଚୌଧୁରୀ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମଲ୍ଲିକାର୍ଯୁନ ପଟନାୟକ, ହରିଶ୍ଚନ୍ଦ୍ର ପାତ୍ର, ରବିନ ପଟନାୟକ,ଦୂର୍ଗା ପ୍ରସାଦ ପଟନାୟକ , ବଂଶୀଧର ପଟନାୟକ, ନରସିଂହ ପାଣିଗ୍ରାହୀ ଓ ଦ୍ବାରିକାନାଥ ପଟନାୟକ ନିଜ ନିଜର ଶୁଚିନ୍ତିତ ମତାମତ ପ୍ରଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଉପ ସଭାପତି କୈଳାସ ଚନ୍ଦ୍ର ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


