ମା ‘ ବୁଢୀ ଠାକୁରାଣୀ ଯାତ୍ରା ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଳକ ଓଡାସିଙ୍ଗି ଗ୍ରାମରେ ଦୀର୍ଘ ୧୨ ବର୍ଷ ପରେ ଅନୁଷ୍ଠିତ ଗ୍ରାମର  ଆରାଧ୍ୟା ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ବିରାଟ ପଟୁଆରରେ ମା’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣା ର ତାଳେ ତାଳେ ଝୁଲି ଝୁଲି ଅସ୍ଥାୟୀ ଯାତ୍ରା ପୀଠ ରୁ ନିଜସ୍ୱ ମନ୍ଦିରକୁ ପ୍ରତ୍ୟାଗମନ କରିଥିଲେ । ବୈଶାଖ ଶୁକ୍ଳ ସପ୍ତମୀ ତିଥି ୪ ତାରିଖ ରୁ ୮ ଦିନ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଉଦଯାପନୀ ଉତ୍ସବରେ  ଦିଗପହଣ୍ଡି ନଗରପାଳ ପ୍ରଫୁଲ ପଣ୍ଡା , ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ବ୍ରହ୍ମପୁର ଏମ ପି ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ , ଦିଗପହଣ୍ଡି ନଗର କଂଗ୍ରେସ ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର , ଓଡାସିଙ୍ଗି ଗ୍ରାମ ଗୋପୀନାଥ ମଠ ମହନ୍ତ ଆଶୁତୋଷ ଦାସ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୈାଡ , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ,ପୂର୍ବତନ ସରପଞ୍ଚ ଭଗବାନ ବାଡ଼ତ୍ୟା ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଯାତ୍ରା ପରିଚାଳନା କମିଟି ସଭାପତି ବାଲ ଗୋପାଳ ସାହୁ , ଉପସଭାପତି ପି . ରାମେଶ୍ଵର ପାତ୍ର , ସମ୍ପାଦକ ଜି . କ୍ଷେତ୍ର ମୋହନ ରେଡ୍ଡୀ , ସହ ସମ୍ପାଦକ ଅଜୟ ରେଡ୍ଡୀ , କୋଷାଧ୍ୟକ୍ଷ ଶଙ୍କର ସେଠୀ ଙ୍କ ସମେତ କମିଟି ସଦସ୍ୟ ବୃନ୍ଦ ଏବଂ ଗ୍ରାମବାସୀ  ଶୃଙ୍ଖଳିତ ଭାବେ ଯାତ୍ରା ସମାପନ କରିବା ଦିଗରେ  ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ