ମହାବୀର ହନୁମାନ ଜୟନ୍ତୀ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ଶାଳକଣିଆଁରେ ମହାବୀର ହନୁମାନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆଜି ସକାଳୁ ୫୧ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ପଣ୍ଡିତ କିଶୋର ଚନ୍ଦ୍ର କର, ସନ୍ତୋଷ କର, ଅଭୟ ସେନାପତିଙ୍କ ଦ୍ୱାରା ପୂଜାର୍ଚନା ହୋଇଥିଲା। କର୍ତ୍ତା ଭାବେ ଗୋବିନ୍ଦ ଚରଣ ପୃଷ୍ଟି, ସଂକୁନ୍ତଳା ପୃଷ୍ଟି ସାମିଲ ହୋଇଥିବା ବେଳେ ପୂର୍ବତନ ସରପଞ୍ଚ ପୀତବାସ ଜେନା, ଗୌରାଙ୍ଗ ଚନ୍ଦ୍ର ମଲ୍ଲିକ, ପ୍ରଭାସ ଚନ୍ଦ୍ର ମଲ୍ଲିକ, ପ୍ରମୋଦ କୁମାର ଜେନା, ଚୈତନ ମଲ୍ଲିକ, ଭାଗିରଥି ଜେନା, ପ୍ରଶାନ୍ତ ମଲ୍ଲିକ, ରବୀନ୍ଦ୍ର ପୃଷ୍ଟି, ରତିକାନ୍ତ ପୃଷ୍ଟି, ଅଧିକାରୀ ପାତ୍ର, ବଳରାମ ମଲ୍ଲିକ, ପ୍ରତାପ ସାମଲ, ବିଜୟ ସାମଲ, ରଞ୍ଜନ କର, ସୁରେଶ ପୃଷ୍ଟି, ରାମକୃଷ୍ଣ ପୃଷ୍ଟି, ଗୌରଙ୍ଗ ନାୟକ,ରତ୍ନାକର କରଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ହନୁମାନ ଓ ମା ତାରିଣୀ ଙ୍କ ପୀଠରେ ୪ ଦିନ ବ୍ୟାପୀ ବାଦିପାଲା ଅନୁଷ୍ଠିତ ହେବ। ୧୪ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସୁନାମଧନ୍ୟ ଗାୟକ ପ୍ରଦ୍ୟୁମ୍ନ ନନ୍ଦ ଓ ଧାରଣୀଧର ନାୟକ ପାଲା ପରିବେଷଣ କରିବେ।


