ଭୂତ କୋଠା ପାଲଟିଛି ମୋହନା ଶିକ୍ଷକ ଭବନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ମୋହନା ଠାରେ ନିର୍ମିତ ବହୁ ପୁରାତନ ଶିକ୍ଷକ ଭବନ ବର୍ତ୍ତମାନ ଭୁତ କୋଠା ପାଲଟିଛି. ଏଠାରେ ପ୍ରତେକ ଦିନ ବିଭିନ୍ନ ଅସମାଜିକ କାର୍ଯ୍ୟକଳାପ ସହ ମଦ୍ୟପଙ୍କ ଆଡ୍ଡା ପାଲଟିଛି. ଶିକ୍ଷକମାନଙ୍କ ଏହି କୋଠା ନିର୍ମାଣ ହୋଇ ଦୀର୍ଘ ୨୫ ବର୍ଷ ବିତିଲାଣି  କିନ୍ତୁ କୋଠାଟିର ରକ୍ଷାଣବେକ୍ଷଣ କରାନଯିବା ଯୋଗୁଁ ଆଜିକୁ ପ୍ରାୟ ୧୦ବର୍ଷ ହେଲା ସେହି କୋଠା ଶିକ୍ଷକ ସଂଘର କାର୍ଯ୍ୟରେ ଲାଗୁନି।ଯାହା ଦ୍ୱାରା ଏହି କୋଠା ଏବେ ଭୁତ କୋଠି ପାଲଟିଛି l  କୋଠାଟି ସମ୍ପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଛାତରୁ ସିମେଣ୍ଟ ପଲସ୍ତରା ଖସୁଥିବା ଦେଖିବାକୁ ମିଳିଛି। କୋଠାରେ ବିଦ୍ୟୁତ ସଂଯୋଗ ରହିଛି l ତାହାର ମାସିକ ବିଲ କିଏ ପୈଠ କରୁଛି ତାହାର ତଥ୍ୟ ମଧ୍ୟ ମିଳୁନି।କିନ୍ତୁ ଏବେ ଏହି କୋଠା କିଛି ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ବରିଷ୍ଠ ଶିକ୍ଷକ l ଏଠାରେ ରହୁଥିବା ଜନୈକ ଶିକ୍ଷକ ଏହି କୋଠାକୁ କବଜାରେ ରଖିଥିବା ବେଳେ ବହୁ ଅଭିଯୋଗ ସତ୍ୱେ ଉକ୍ତ କୋଠାକୁ ଶିକ୍ଷକ ସଂଘକୁ ହସ୍ତାନ୍ତର କରୁନାହାଁନ୍ତି l ଯାହାକୁ ନେଇ ଶିକ୍ଷକ ସଂଘ ବହୁବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି କିନ୍ତୁ ସୁଫଳ ମିଳୁନି l ଏହି କୋଠାକୁ କବଜା କରି  ରଖିଥିବା ଶିକ୍ଷକ ଅନେକ ସମୟରେ ମଦ ପିଇ ମାତାଲ ଅବସ୍ଥାରେ ରହୁଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଏହି କାମରେ ସାମିଲ ଥିବା ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି l ଯଦି ତୁରନ୍ତ ଉକ୍ତ କୋଠାକୁ ହସ୍ତାନ୍ତର କରାନଯାଏ ତେବେ ଆଇନର ଆଶ୍ରୟ ନିଆଯିବ ବୋଲି ଶିକ୍ଷକ ସଂଘର ସଭାପତି କବିରାଜ ମଲ୍ଲିକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ