ଦୀର୍ଘ ମାସ ବିତିଲା: ତଥାପି ଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପାହାଡ଼ ପର୍ବତ ଘେରରେ ରହିଥିବା ବେଳେ ସରକାର ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରାଧାନ୍ୟ ଦେଉଛନ୍ତି।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ କରିବା ସହ
ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ମଧ୍ୟ ମଞ୍ଜୁର କରାଯାଇ ବିଭିନ୍ନ ନିର୍ମାଣକାରି ସଂସ୍ଥାକୁ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ନିର୍ମାଣ ଦ୍ବାୟୀତ୍ଵ ଦେଇଥିଲେ।କିନ୍ତୁ ବର୍ତ୍ତମାନ ସଠିକ ଭାବରେ ଅନୁଦାନ  ଯୋଗାଇ ଦିଆଯାଉ ନଥିବାରୁ ନିର୍ମାଣ କାର୍ଯ୍ୟ ତ୍ବରାନିତ  ହୋଇପାରୁନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ଘର କାର୍ଯ୍ୟ ଦୀର୍ଘ ମାସ ହେଲା ବନ୍ଦ ରହିଛି।ନିର୍ମାଣ ଦ୍ବାୟୀତ୍ଵ କାରି ସଂସ୍ଥା ଜାତୀୟ କୋଠା ନିର୍ମାଣ ନିଗମ(ଏନବିସିସି)କୋଠାର ନିର୍ମାଣ ଦ୍ବାୟୀତ୍ଵ ନେଇଥିବାରୁ ବିଭାଗ ସହ ସମ୍ମନୟ ଅଭାବ ସାଙ୍ଗକୁ ପରିଚାଳନାଗତ ତ୍ରୁଟି ରହୁଛି ତେଣୁ ସଠିକ ଭାବରେ ନିର୍ମାଣ କାର୍ଯ୍ୟ ଆଗକୁ ଯାଇପାରୁନି କିମ୍ବା କାର୍ଯ୍ୟ ତଦାରଖ ସମ୍ପର୍କରେ ସଠିକ ତଥ୍ୟ ବିଭାଗ ପାଖରେ ରହୁନାହିଁ ଫଳରେ ଠିକା ସଂସ୍ଥା ନିଜ ଇଛା ମୁତାବକ କାର୍ଯ୍ୟ କରୁଥିବା ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ସ୍ୱାସ୍ଥ୍ୟ ସେବା ଭଳି ସମ୍ବେଦିନଶୀଳ କାର୍ଯ୍ୟକୁ କେଉଁ କାରଣରୁ କାର୍ଯ୍ୟକାରି କରିବାରେ ଅବହେଳା ରହିଛି ଯାହାଫଳରେ ସରକାରଙ୍କ ଲକ୍ଷ ଭ୍ରଷ୍ଟ ହେବାରେ ଲାଗିଛି ଏବଂ ସାଧାରଣ ଲୋକେ ତାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି।ଏନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ତୁରନ୍ତ ସାଧାରଣ ସେବାରେ ବିନିଯୋଗ କରିବାକୁ ଗୁମ୍ମା ଅଞ୍ଚଳବାସୀ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ