କଟକ ଆଠଗଡ଼ ଜେଲରୁ ଫେରାର କଏଦୀଙ୍କ ପତ୍ତା ମିଳୁନି

କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧୀନ ରାଣୀବଣିଆସ୍ଥିତ ଆଠଗଡ଼ ମଡେଲ୍ କନଭିକ୍ଟ ଜେଲରୁ ଫେରାର ହୋଇଥିବା ଡବଲ୍ ମର୍ଡର ମାମଲାର ଦୋଷୀ ସୁନୀଲ ଜେନାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ଫେରାର ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇନାହିଁ। ସୁନୀଲଙ୍କୁ ଠାବ କରିବା ପାଇଁ ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଲାସି ଅଭିଯାନ ଚଳାଇଛି। ଫେରାର୍ କଏଦୀ ସୁନୀଲ ଜେନାଙ୍କ ବୟସ ୩୦ ବର୍ଷ। ସେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳର ବାସିନ୍ଦା। ପ୍ରାୟ ଛଅ ବର୍ଷ ପୂର୍ବେ ଏକ ଡବଲ୍ ମର୍ଡର ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା।ପ୍ରଥମେ ସେ ଯାଜପୁର ଜେଲରେ ରହୁଥିଲେ। ଚଳିତ ବର୍ଷ ଏପ୍ରିଲ୍‌ରେ ତାଙ୍କୁ ଯାଜପୁର ଜେଲରୁ ଆଠଗଡ଼ ମଡେଲ୍ କନଭିକ୍ଟ ଜେଲକୁ ସ୍ଥାନାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ