ପଳାସପଲ୍ଲୀ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷ ଚାରା ରୋପଣ, ବନ୍ୟଜନ୍ତୁ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ପଶୁପକ୍ଷୀ ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧି, ଜଳବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦ ତଥା ଶକ୍ତି ଉତ୍ସ ଗୁଡିକର ସୁରକ୍ଷା ଏବଂ ଅସରନ୍ତି ତଥା ନବୀକରଣ ଯୋଗ୍ୟ ପ୍ରାକୃତିକ ଉତ୍ସ ଗୁଡିକର ସୁବିନିଯୋଗ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନକୁ ପ୍ରକୃତିମିତ୍ର ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକକଙ୍କ କାର୍ଯ୍ୟାଳୟ ଠାରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା। ବ୍ରହ୍ମପୁର ଡି ଏଫ୍ ଓ ସନ୍ନି ଖୋଖରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାବତ ମୂଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ଛତ୍ରପୁର ୮ମ ବାଟାଲିୟନ କମାଣ୍ଡେଣ୍ଟ୍ ସାରଦା ପ୍ରସାଦ ଦାସ, ଏ ସି ଏଫ୍ ମାଣିକେଶ୍ଵରୀ ହାଁସଦ ଓ ଏ ସି ଏଫ୍ ମନୋଜ କୁମାର ପାତ୍ର ଯୋଗଦେଇ ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଓ ବ୍ୟାପକ ବୃକ୍ଷ ଚାରା ରୋପଣ ଉପରେ ମତ ପ୍ରଦାନ କରିଥିଲେ। ଏହି ଅବସରରେ ବିଜ୍ଞାନ ଶିକ୍ଷକ, ସିଆରସିସି, ପ୍ରକୃତି ବନ୍ଧୁ ତଥା ସାମାଜିକ କର୍ମୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଆଦର୍ଶ, ପ୍ରେରଣା ଓ ଆହ୍ବାନ ରେ ଅନୁପ୍ରାଣିତ ହୋଇ ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାତ୍ରଙ୍କ ନେତୃତ୍ବରେ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିଙ୍କ ଉଦ୍ୟମ ଏବଂ ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଏସ୍ ଏଚ୍ ଜି ଗ୍ରୁପ୍, ଅଙ୍ଗନବାଡି କର୍ମୀ, ଗ୍ରାମବାସୀଙ୍କ ସହଯୋଗ ଓ ସହାୟତାରେ ଗତ ପାଞ୍ଚ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନିରନ୍ତର ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଏବଂ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ସଂପାଦନ କରାଯାଇ ଆସୁଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଅନ୍ତର୍ଗତ ପଳାସପଲ୍ଲୀ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାତ୍ର, ସଭାପତି ସୁଦାମ ଚରଣ ଗୌଡ଼, ସଂପାଦକ ଅଶୋକ କୁମାର ସ୍ଵାଇଁ, ସହକାରୀ ଶିକ୍ଷକ ପ୍ରଦୀପ କୁମାର ରାଉତ, ସହକାରୀ ଶିକ୍ଷକ ତଥା ପ୍ରକୃତି ପ୍ରେମୀ ଅଶୋକ କୁମାର ଗୌଡ଼, ପରିବେଶ ପ୍ରେମୀ ସୁବ୍ରତ ପ୍ରଧାନ ଏବଂ ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ଲେଙ୍କା ଉପସ୍ଥିତ ରହି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକକଙ୍କ କାର୍ଯ୍ୟାଳୟ ଠାରେ ପ୍ରକୃତି ମିତ୍ର ପୁରସ୍କାର ମାନପତ୍ର ଓ ୨୦ ହଜାର ଟଙ୍କା ଅର୍ଥରାଶିର ଚେକ୍ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ