ବିଶ୍ୱକର୍ମା ସମାଜ “ପୁତଳିକା ବଂଶ”ର ମହାସଭା ପାଇଁ ପ୍ରସ୍ତୁତି ବୈଠକ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବିଶ୍ୱକର୍ମା ସମାଜ “ପୁତଳିକା ବଂଶ”ର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ଆଙ୍କୋରଡା ସ୍ଥିତ ଶ୍ରୀ ଶ୍ରୀ ବୀର ହନୁମାନ ମନ୍ଦିର ପରିସରରେ ଋଷି ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଂଶର ବହୁ ଭାଇ ଯୋଗଦେଇ ଆସନ୍ତା ମହାସଭା ପାଇଁ ଆଲୋଚନା କରିଥିଲେ। ପୁତଳିକା ବଂଶର ଇଷ୍ଟ ଦେବୀ ଆସିକାର ମା ଖମ୍ବେଶ୍ୱରୀଙ୍କ ପୀଠରେ ଆସନ୍ତା ୨୦୨୬ ଅକ୍ଟୋବର ମାସ ୩୧ ତାରିଖ ଶନିବାର ଓ ନଭେମ୍ବର ମାସ ୦୧ ତାରିଖ ରବିବାର ଦୁଇ ଦିନ ପାଇଁ ବଂଶର ମହାସଭା ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଗଲା। ଆସନ୍ତା ମହାସଭାକୁ ସଫଳ କରିବା ପାଇଁ ଏକ କମିଟି ଚୟନ କରାଯାଇଥିଲା। ମହାସଭା ପରିଚାଳନା କମିଟିର ସଭାପତି ଭାବେ ସନ୍ତୋଷ କୁମାର ମହାରଣା, ସଂପାଦକ ଭାବେ ପ୍ରମୋଦ ମହାରଣା, କୋଷାଧ୍ୟକ୍ଷ ଭାବେ ଦୁର୍ଯ୍ୟୋଧନ ମହାରଣା ଏବଂ ସଦସ୍ୟ ଭାବେ ତାରିଣୀ ମହାରଣା, କାଳିଆ ମହାରଣା, ରାଜେନ୍ଦ୍ର ମହାରଣା, କିଶୋର ମହାରଣା, ଭଗବାନ ମହାରଣା, ଗୋପାଳ ମହାରଣା, ମହେଶ୍ୱର ମହାରଣା, କିଶୋର ମହାରଣା, କୈଳାଶ ମହାରଣା, ଡମ୍ବରୁଧର ମହାରଣା, ଲକ୍ଷ୍ମଣ ମହାରଣା, କାଳୁ ଚରଣ ମହାରଣା, କେଶବ ମହାରଣା, ପ୍ରଶାନ୍ତ ମହାରଣା, ମନୋଜ ମହାରଣା, ବାଳକୃଷ୍ଣ ମହାରଣା, ରବୀନ୍ଦ୍ର ମହାରଣା, ଦାଶରଥି ମହାରଣା ଓ ବୁଲୁ ମହାରଣା ମନୋନୀତ ହୋଇଥିଲେ।


