ବାଂଲାଦେଶରେ ହିନ୍ଦୁ ଶ୍ରମିକଙ୍କୁ ନିର୍ଯ୍ୟାତନା ଓ ହତ୍ୟା ପ୍ରତିବାଦରେ ବିକ୍ଷୋଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଚଳିତମାସ୧୮ତାରିଖରେ ବାଂଲାଦେଶରେ ଶ୍ରମିକ ଭାବେ କାମ କରୁଥିବା ଦିପୁଚନ୍ଦ୍ର ଦାସଙ୍କୁ ବିଧର୍ମୀ କଟ୍ଟର ପନ୍ଥି ସଂଖ୍ୟାଲଘୁଙ୍କ ଦ୍ୱାରା ନିର୍ମମ ମାଡ଼ ମାରି ଗଛରେ ବାନ୍ଧି ଜୀବନ୍ତ ଅବସ୍ଥାରେ ନିଆଁ ଲଗାଇ ହତ୍ୟା କରାଯାଇଥିଲା। ଏଥିସହିତ ସେହି ହତ୍ୟାକୁ ଗଣ ପର୍ବ ଭଳି ପାଳନ କରାଯାଇ ଥିଲା। ସେହି ଘଟଣାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଆଜି ଅପରାହ୍ନରେ ନୂଆ ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବାଂଲାଦେଶର ହିନ୍ଦୁ ହତ୍ୟାକାରୀ ପ୍ରଧାନ ମନ୍ତ୍ରୀ ମହମ୍ମଦ ୟୁନସ ଓ ବାଂଲାଦେଶ ଅସ୍ଥିରତାର ମୁଖ୍ୟ ଖଳନାୟକ୍ ଆସିବ ମୁନିରର କୁଶପୁତଳିକା ଦାହ କରାଯାଇଥିଲା। ଉକ୍ତ ଘଟଣାକୁ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ତୀବ୍ର ନିନ୍ଦା କରିବା ସହ ସରକାର ଙ୍କ ନିକଟରେ ୩ ଟି ଦାବି ରଖରଛି। ସେହି ଦାବି ଗୁଡିକ ହେଉଛିି ବାଂଲାଦେଶୀ ହିନ୍ଦୁ ମାନଙ୍କ ସୁରକ୍ଷା ନିମନ୍ତେ ଉକ୍ତ ଘଟଣା କ୍ରମ ଉପରେ ଭାରତ ସରକାର ସିଧା ସଳଖ ହସ୍ତକ୍ଷେପ କରନ୍ତୁ ଏବଂ ଉକ୍ତ ଘଟଣାର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇ ବିଶ୍ୱ ସମୁଦାୟ ସାମ୍ନାରେ ଫାଶୀ ଖୁଣ୍ଟରେ ଚଢ଼ାଯାଉ। ଆମ ଦେଶ ଓ ରାଜ୍ୟରେ ରହୁଥିବା ରୋହିଙ୍ଗିଆ ବାଂଲାଦେଶୀ ମାନଙ୍କୁ ଗଳା ଧକ୍କା ଦେଇ ବିଦା କରାଯାଉ। ଭାରତ ସରକାର ବାଂଲାଦେଶୀ ଅତ୍ୟାଚାରୀତ ହିନ୍ଦୁମାନଙ୍କୁ ସସମ୍ମାନେ ଭାରତକୁ ଆଣି ସ୍ଥାୟୀ ବାସିନ୍ଦାର ସିକୃତି ଦିଅନ୍ତୁ। ଆଜିର ବିକ୍ଷୋଭ ପ୍ରଦର୍ଶନ ରେ ବିଶ୍ୱହିନ୍ଦୁ ପରିଷଦ ପୂର୍ବ ପ୍ରାନ୍ତ ସଂଘଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ ଯୋଗ ଦେଇ ବିକ୍ଷୋଭ ବିଷୟରେ ସମ୍ପୂର୍ଣ ତଥ୍ୟ ରଖିବା ସହ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ହିନ୍ଦୁମାନଙ୍କୁ ଏକତା ହୋଇ ରହିବା ପାଇଁ କହିଥିଲେ। ବିଭାଗ ସମ୍ପାଦକ ବିରେନ୍ଦ୍ର ସାମଲ, ଜିଲ୍ଲା ସଭାପତି ଅଦୈତ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଚିତ୍ତ ରଂଜନ ଖୁଣ୍ଟିଆ, ସହ ସମ୍ପାଦକ ସନ୍ତୋଷ ସାହୁ, ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ଶୁଭ୍ରାଂଶୁ ଶେଖର ରାଉତ, ଦୂର୍ଗା ବାହିନୀ ସଂଯୋଜିକା ଆଶାଲତା ମଲ୍ଲିକ, ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସହ ସଂଯୋଜକ ୟସପାଲ୍ ସୁତାର, ନୀଳକଣ୍ଠ ସ୍ୱାଇଁ, ଉପ ସଭାପତି ପ୍ରଦୀପ କିଶୋର ନାୟକଙ୍କ ସମେତ ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ