କେନ୍ଦୁଝରରେ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଝାନସୀ ରାଣୀ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ପାଟଣାଠାରେ ଠାରେ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଶୁଭେଚ୍ଛା ଜ୍ଞାପନ କରାଯାଇଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକର୍ତ୍ତାମାନେ ବାଜା ବଜାଇ ନୃତ୍ୟ କରି ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଥିବା ବେଳେ ନାରୀନେତ୍ରୀ ଝାନସୀ ରାଣୀ ଦାସ, ପ୍ରେମାନନ୍ଦ ମିଶ୍ର, ନକୁଲ ଚନ୍ଦ୍ର ରାଉତ, କୈଳାଶ ସାମଲ, ନାରାୟଣ ବାରିକ, ସମ୍ପର୍ଣ୍ଣା ପାଣି, ଗୀତାଞ୍ଜଳି ଶର୍ମା, କାହ୍ନୁ ଚରଣ ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଧନ୍ୟବାଦ ଜଣାଇଛନ୍ତି।


