ଜୁଆ ଆଡ୍ଡାରେ ଚଢ଼ାଉ:୨ ମହିଳାଙ୍କ ସମେତ ୭ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପାର୍ବଣ ଋତୁ ଆରମ୍ଭ ନହେଉଣୁ ଗଞ୍ଜାମ ଜିଲ୍ଲାରେ ମୁଣ୍ଡ ଟେକିଲାଣି ଜୁଆ ଆଡ୍ଡା। ପାର୍ବଣ ସମୟରେ ଗଞ୍ଜାମ ଜିଲ୍ଲାରେ ପରମ୍ପରା ନା’ରେ ଜୁଆ ଆଡ୍ଡା ଜମୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର କିଛି ଇଲାକାରେ ଜୁଆ ଖେଳ ଜମୁଥିବା ଜଣାପଡିଛି। ଗୁରୁବାର ରାତିରେ ହିଞ୍ଜିଳି ଥାନା ସିକିରି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ସଂପୃକ୍ତ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨ ଜଣ ମହିଳାଙ୍କ ସମେତ ୭ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୨୨ ହଜାର ୩ଶହ ଟଙ୍କା, ୬ଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ଜୁଆଡି ମାନେ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ସୁଶାନ୍ତ ନାୟକ (୩୮), ସୁଜିତ କୁମାର ମୁନି (୨୮), ଖରିଡା ଗ୍ରାମର ଆକାଶ ଗୌଡ (୨୩), କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମର ଗୌରୀ ଶଙ୍କର ଦଳାଇ (୩୩), ବ୍ରହ୍ମପୁର ସଦର ଥାନା ବଳରାମପଲ୍ଲୀ ଗ୍ରାମର ସିଂ. ଯୋହନ ଆଚାରୀ (୫୫), ଓ ୨ ମହିଳା ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଜୟମଙ୍ଗଳ ମାର୍ଗ ଅଞ୍ଚଳର ବର୍ଷା ବେହେରା (୨୫) ଓ ମମତା ବେହେରା (୩୫)। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଆଗାମୀ ଦିନରେ ବେଆଇନ ଭାବେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ ଜାରି ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ଚଢ଼ାଉରେ ଥାନା ଏଏସଆଇ ଅନନ୍ତ ଶବର, ମନୋଜ ସେନାପତି, ଟି.ଓ୍ବାଇ. ଶବର ବସନ୍ତ ଉପାଧ୍ୟାୟ, କୈଳାସ ମଲ୍ଲିକ, ଦଣ୍ଡପାଣି ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ