ସରପଞ୍ଚଙ୍କ ତରଫରୁ ରିଲିଫ ବଣ୍ଟନ

ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ବରୀ ପଂଚାୟତର ତଳ ସାହି, ଚିନ୍ତା ସାହି, ବିଲ ସାହି, ଓ ଦଳିତ ବସ୍ତିରେ ପାଣି ପସିଯିବା ଯୋଗୁଁ ବହୁ ଲୋକେ ପ୍ରଭାବିତ ହୋଇଥିଲେ।ହେଲେ ପ୍ରଶାସନ ତରଫରୁ ସାମାନ୍ୟ କିଛି ଚୁଡା ବଣ୍ଟନ ହୋଇଥିବା ବେଳେ ଆଜି ସ୍ଥାନୀୟ ଗ୍ରାମପଞ୍ଚାୟତର ସରପଞ୍ଚ ସୋନାଲି ସିଂ ଏହି ପଞ୍ଚାୟତର ୧୩ ଟି ୱାର୍ଡରେ ବନ୍ୟା ବିପନ୍ନମାନନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ଶୁଖିଲା ଖାଦ୍ୟ ବଣ୍ଟନ ସମୟରେ ମନୋଜ ସିଂ ଙ୍କ ଉପସ୍ଥିତରେ ପ୍ରକାଶ ମଲ୍ଲିକ, ବିପିନ ମଲ୍ଲିକ,ବମାନସ ପରିଡା, ପ୍ରତାପ କିଶୋର ଦାସ, ତୋଫାନ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସରପଞ୍ଚ ଶ୍ରୀମତୀ ସିଂ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ସେମାନଙ୍କ କ୍ଷୟକ୍ଷତିର ଆକଳନ କରି ସମସ୍ତ ପ୍ରକାର ସରକାରୀ ସହାୟତା ଖୁବ୍ ଶୀଘ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ