ରୋଟାରୀ କ୍ଳବ ତରଫରୁ ଶାନ୍ତିସ୍ଥୂପ ଉଦଘାଟନ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ)ମୁନିଗୁଡାର ବ୍ଲକ କାର୍ଯ୍ୟାଳୟ ନିକଟରେ ରୋଟାରୀ କ୍ଳବ ତରଫରୁ ଏକ ଶାନ୍ତି ସ୍ଥୁପ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ ସଭାପତି ନରେଶ କୁମାର ପାତ୍ର ଓ ପୂର୍ବତନ ସଭାପତି ସୁଦାମ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ତହସିଲଦାର ଏମ. ଅନୁରାଧା, ସମ୍ମାନିତ ଅତିଥିଭାବେ ରେଞ୍ଜର ପ୍ରବୀଣ କୁମାର ଦାସ, ରୋଟାରୀ କ୍ଳବ ବ୍ରହ୍ମପୁରର ଅତିରିକ୍ତ ଡିଜି ବାଳକୃଷ୍ଣ ଦୀକ୍ଷିତ,ବ୍ଲକ ଏଇଇ ଭି.ଶ୍ରୀନିବାସ ରାଓ,କନିଷ୍ଠଯନ୍ତ୍ରୀ ଅମ୍ବିକା ଦାସ, ବଣିକ ସଙ୍ଘ ସଭାପତି ପ୍ରଦୀପ ପରିଛା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଫଳକ ଓ ଶାନ୍ତି ସ୍ଥୁପକୁ ଉଦଘାଟନ କରିଥିଲେ। ଏହି ଅବସରରେ ରୋଟାରୀ କ୍ଳବ ମୁନିଗୁଡାର ବରିଷ୍ଠ ସଦସ୍ୟ ପ୍ରବୀଣ ସିପକା ଏହି ଶାନ୍ତି ସ୍ଥୁପ ଉଦଘାଟନର ମୁଖ୍ୟ ଉଦେଶ୍ୟ ଉପରେ ଅଭିଭାଷଣ ଦେବା ସହ ବର୍ତମାନ ବିଭିନ୍ନ ଦେଶରେ ଚାଲିଥିବା ଯୁଦ୍ଧକୁ ରୋକିବା ସହ ଶାନ୍ତିର ବାର୍ତା ପ୍ରଦାନ କରିବା ଏବଂ ସବୁବେଳେ ଜଗତରେ ଶାନ୍ତି ବଜାୟ ରହୁ ବୋଲି ବାର୍ତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ରୋଟାରୀ କ୍ଳବ ସମ୍ପାଦକ ବି. ଆନନ୍ଦ ରାଓ,କେ.ରମେଶ ରାଜୁ,ରାଜେଶ କୁମାର ଜୈନ,କେ. ଶ୍ରୀନିବାସ,ଜାମି.ପୱନ କୁମାର,ଭି. ପ୍ରବୀଣ କୁମାର ଜି.ଚୈତନ୍ୟା, ଗୌରୀ ଶଙ୍କର ପାତ୍ର,ସିପୁନ ଶତପଥି, ଟି.ଅଶୋକ କୁମାର,ସନ୍ତୋଷ ଚୌଧୁରୀ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।


