ମାଣିଆବନ୍ଧ ଅଞ୍ଚଳରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳିମାଡ଼

କଟକ,(ଓ୍ବାଇଏନଏସ):  କଟକଜିଲ୍ଲା ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ କୁଆଁପାଳ ଛକରେ ଗୁଳିକାଣ୍ଡ । ମାଣିଆବନ୍ଧ ସନ୍ତରାବାଡ଼ି ସରପଞ୍ଚଙ୍କ ସ୍ୱାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନା (୩୨) ତାଙ୍କ ପୁଅକୁ ନେଇ ସେଲୁନକୁ ଚୁଟି କାଟିବା ପାଇଁ ଯାଉଥିବା ବେଳେ ତାଙ୍କ ଉପରେ ଅତର୍କିତ ଭାବେ ଗୁଳିମାଡ଼ ହୋଇଥିଲା। ସୂଚନା ଅନୁଯାୟୀ, ଦୁଇଟି ବାଇକରେ ଆସିଥିବା ଚାରି ଜଣ ଦୁର୍ବୃତ୍ତ କାଳିଆଙ୍କ ଉପରକୁ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି କାଳିଆଙ୍କ ଛାତି ଏବଂ ଗୋଡ଼ରେ ବାଜିଥିବା ଜଣାପଡ଼ିଛି। ଗୁରୁତର ଆହତ ଅବସ୍ଥାରେ କାଳିଆ ଜେନାଙ୍କୁ ପ୍ରଥମେ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସୂଚନା ମୁତାବକ, କାଳିଆ ଜେନାଙ୍କ ନାମରେ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ତେବେ ଗୁଳିମାଡ଼ର ପ୍ରକୃତ କାରଣ କଣ ଏବଂ ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ