ଗଜପତିରେ ଅଜଣା ବନ୍ୟଜନ୍ତୁର ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଅଜଣା ବନ୍ୟଜନ୍ତୁର ଉପଦ୍ରବ ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି. କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତର କିତିଙ୍ଗି ଗ୍ରାମରେ କୌଣସି ଅଜଣା ବନ୍ୟଜନ୍ତୁର ଆକ୍ରମଣରେ 11 ଗୋଟି ଛେଳିର ମୃତ୍ୟୁ ହୋଇଥିବା ବେଳେ 4 ଗୋଟି ମେଣ୍ଢା ରକ୍ତାତ ଆକ୍ରମଣରେ ଆହତ ହୋଇଛନ୍ତି. କିତିଙ୍ଗି ଗ୍ରାମର ଏମ. ଭାସ୍କର ରାଓ, ଏ. ଧର୍ମରାଓ, କୃଷ୍ଣ ୟାଦବଙ୍କ ପାଳିତ 11 ଗୋଟି ଛେଳି କୌଣସି ଅଜଣା ବନ୍ୟ ଜନ୍ତୁଙ୍କ ହିଂସ୍ର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି. ସେହିପରି 4 ଗୋଟି ମେଣ୍ଢା ଏହି ଜନ୍ତୁ ଆକ୍ରମଣରେ ରକ୍ତାତ ହୋଇ କ୍ଷତବିକ୍ଷତ ହୋଇଛନ୍ତି. ଛେଳି ଓ ମେଣ୍ଢା ପାଳନ କରିଥିବା ଏହି ଗରିବ ଚାଷୀମାନଙ୍କୁ ଆବଶ୍ୟକ କ୍ଷତିପୂରଣ ଦିଆଯିବା ସହ ରାତି ଅଧରେ ଅତ୍ୟନ୍ତ ଚତୁରତାର ସହିତ ଶିକାର କରୁଥିବା ଅଜଣା ବନ୍ୟଜନ୍ତୁ କବଳରୁ ଛେଳି, ମେଣ୍ଢା, ଗୃହପାଳିତ ଗାଇ ଗୋରୁମାନଙ୍କ ସହ ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି. ସମ୍ପୃକ୍ତ ଅଞ୍ଚଳରେ ପଶୁ ଚିକିତ୍ସକ ଦଳଙ୍କ ଏକ ଟିମ ସହ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଅନୁଧ୍ୟାନ କରାଯାଇଥିବା ଜଣାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ