ହାଟଡିହି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅଫିସର ଓ କର୍ମଚାରୀଙ୍କ ମନମାନୀ: କାର୍ଯ୍ୟକାରୀ ହେଉନି ସରକାରୀ ନିୟମ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅଫିସର ଓ କର୍ମଚାରୀଙ୍କ ମନମାନୀ ଚାଲିଛି। ଫଳରେ ସରକାରୀ ନିୟମ କାର୍ଯ୍ୟକାରୀ ହେଉନି। ଗତ ଅଗଷ୍ଟ ମାସରେ ହାଟଡିହି ବ୍ଲକରେ ୯ ଜଣ ସି.ଆର.ସି.ସି ଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ନିଜ ମୂଳ ସ୍କୁଲକୁ ଯାଇ ଶିକ୍ଷାଦାନ କରିବାର ନିୟମ ଅଛି l କିନ୍ତୁ ହାଟଡିହି ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀ ଓ ଅନ୍ୟ କିଛି କର୍ମଚାରୀଙ୍କ ମନମାନି ଯୋଗୁଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶକୁ ବେଖାତିର କରି ୬ ଜଣ ସି ଆର ସି ସିଙ୍କୁ ସେମାନଙ୍କ ମୂଳ ସ୍କୁଲକୁ ନ ଫେରାଇ ଭିନ୍ନ ସ୍କୁଲକୁ ଡେପ୍ଲଏଡ଼ କରାଯାଇଛି। ପୂର୍ବରୁ ସିଆରସିସି ଥିବା ଗଦାଧର ଜେନାଙ୍କୁ ଭାଗବତଜୀୟୁ ସରକାରୀ ଉ ପ୍ରା ବିଦ୍ୟାଳୟ କଣିଆରୀ, ବିଜୟ କୁମାର ସା ଙ୍କୁ ସରକାରୀ ଉ ପ୍ରା ବିଦ୍ୟାଳୟ ନନ୍ଦିପଦା, କେଶବ କରଙ୍କୁ ସରକାରୀ ଉ ପ୍ରା ବିଦ୍ୟାଳୟ ବେରୁଣପଦୀ, ପ୍ରଦୀପ ଦେହୁରୀଙ୍କୁ ବାରାହୀ ସରକାରୀ ଉ.ପ୍ରା ବିଦ୍ୟାଳୟ, ବଞ୍ଚୋ, ଲକ୍ଷ୍ମଣ ମାଝୀ ଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଲ୍ଲିପସି ଓ ରବି ନାରାୟଣ ଦାସ ମହାପାତ୍ରଙ୍କୁ ସରକାରୀ ଉ ପ୍ରା ବିଦ୍ୟାଳୟ ମହୁଲପଙ୍ଖା ସ୍କୁଲକୁ ଡେପୁଟେସନ କରାଗଲା l ଖାଲି ଏତିକି ନୁହେଁ କେଶବ କର ଜଣେ ଲେଭେଲ ଭି ବି ଶିକ୍ଷକ ହୋଇଥିଲେ ମଧ୍ୟ ତାଙ୍କୁ ବେରୁଣପଦୀ ସ୍କୁଲକୁ ବଦଳି କରିବା ସହ ଢେଙ୍କା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଗଲା l ଏଥିରୁ ବି.ଇ.ଓ ଏବଂ ଏ.ବି.ଇ.ଓ ଙ୍କର ଏ ଶିକ୍ଷକଙ୍କ ପ୍ରତି ଏତେ ଅହେତୁକ ଭାବର କାରଣ କଣ ଜାଣି ହେଉନାହିଁ l ଉପରିସ୍ଥ ଅଧିକାରୀ ଏ ବିଷୟରେ ଧ୍ୟାନ ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି l


