ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଓ ୨୮ ତମ ଆଇନଜୀବି ଦିବସ ପାଳିତ

 ଛତ୍ରପୁର(ଓ୍ବାଇଏନଏସ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଓ ୨୮ ତମ ଆଇନଜୀବି ଦିବସ ପାଳିତ ଛତ୍ରପୁର, ୨୮/୪ :ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମ ଜୟନ୍ତୀ ସଂଘର ସଭାପତି ପ୍ରଦୀପ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଛତ୍ରପୁର ଓକିଲ ସଂଘର ଅନ୍ୟାନ୍ୟ କର୍ମକର୍ତା ଏବଂ ବହୁ ଆଇନଜିବୀ ମାନେ ଉପସ୍ଥିତ ରହି ମଧୁବାବୁଙ୍କଗୁଣ ଗାନ କରିଥିଲେ ।  ପରେ ୨୮ତମ ଆଇନଜୀବି ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି, ଏଥିରେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ମନୋରଂଜନ ଦାଶ ଓ ଏସଡ଼ିଜେଏମ ପ୍ରିତିଶ କୁମାର ରଥ, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ସମ୍ପାଦକ ଏସ. ଶ୍ୟାମ କୁମାର, ଉପସଭାପତି ଚୈତନ୍ୟ ପ୍ରଧାନ ଙ୍କ ସମେତ ସଂଘ ର ଅନ୍ୟାନ୍ୟ କର୍ମକର୍ତା ଏବଂ ସଦସ୍ୟ ମାନେ ଯୋଗଦେଇ ଆଜିର ଦିବସ ସମ୍ପର୍କ ରେ ଆଲୋକପାତ କରିଥିଲେ, ଏହି ଅବସର ରେ ଆଇନଜୀବି ରାମକୃଷ୍ଣ ଦାଶ, ଡ଼ି. ଆଦିନାରାୟଣ ରେଡ୍ଡୀ, କମଳ ଲୋଚନ ଦାସ, ସନ୍ତୋଷ କୁମାର ପଶୁ ପାଳକ, ଜ୍ୟୋତି ରଞ୍ଜନ ମିଶ୍ର ଓ ଲୋକନାଥ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ