ବିଶ୍ଵ ପରିବେଶ ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ଶାସଙ୍ଗ ପଞ୍ଚାୟତ ହାଇସ୍କୁଲରେ ବିଶ୍ବପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ଳାଷ୍ଟିକ ମୁକ୍ତ ପରିବେଶ ସହିତ ବୃକ୍ଷରୋପଣ ସଚନେତା ନିମନ୍ତେ ବିଦ୍ୟାଳୟ ପରିସରରେ ୧୦ ଗୋଟି ଚାରା ରୋପଣ ସହିତ ଗୋଲାପ, ସ୍ଥଳପଦ୍ମ, ମନ୍ଦାର, ଟଗର ଇତ୍ୟାଦି ଫୁଲ ଚାରା ରୋପଣ କରାଯାଇଥିଲା। ଶିକ୍ଷାବିତ ମହେନ୍ଦ୍ର କୁମାର ଜେନା, ନବକିଶୋର ବିଶ୍ୱାଳ, ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତି ବରିଷ୍ଠ ଶିକ୍ଷକ ମାଧବାନନ୍ଦ ନେନା, ଶାନ୍ତନୁ କୁମାର ରାଉତ, ପର୍ଶୁରାମ ନାୟକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ବାଡ଼ି ବଗିଚାରେ ଅନ୍ତତ ପକ୍ଷେ ଗୋଟେ ଲେଖାଏଁ ଚାରା ରୋପଣ କରି ଦିବସର ମହତ୍ୱ ପ୍ରତିପାଦନ କରିବା ପାଇଁ ପ୍ରଧାନ ଶିକ୍ଷକ ଗୃପ ଜରିଆରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆହ୍ଵାନ ଦେଇଥିଲେ । ଏଥି ସହିତ ସରକାରଙ୍କର ପରିବେଶ ଶିକ୍ଷା କାର୍ଯ୍ୟକ୍ରମରେ ଅନଲାଇନ ୬ ତାରିଖରେ ଚିତ୍ରାଙ୍କନ / ପୋଷ୍ଟର ଏବଂ ୭ ତାରିଖରେ କୁଇଜ ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଭାଗନେବା ପାଇଁ ପରାମର୍ଶ ଦେଇଥିଲେ।


