କବି ଚତୁର୍ଭୁଜ ଜେନାଙ୍କ ଚତୁର୍ଥ କବିତା ପୁସ୍ତକ “ମୋ ବୋଉ” ଉନ୍ମୋଚିତ
ହାଟଡିହି (ଓ୍ବାଇଏନଏସ): କବି ଚତୁର୍ଭୁଜ ଜେନାଙ୍କ ଚତୁର୍ଥ କବିତା ପୁସ୍ତକ “ମୋ ବୋଉ” ଉନ୍ମୋଚିତ ହୋଇ ଯାଇଛି। ଏହି ଲୋକାର୍ପଣ ଉତ୍ସବରେ କବି ଚତୁର୍ଭୁଜ ଜେନା, ପ୍ରକାଶିକା ସ୍ବର୍ଭ୍ଣପ୍ରଭା ମଲ୍ଲିକଙ୍କ ସହିତ ବହୁ କବି ଓ କବୟିତ୍ରୀ ମାନେ ଉପସ୍ଥିତ ଥିଲେ । ହାଟଡିହି ବ୍ଲକର ବିଷ୍ଣୁପ୍ରିୟା ବାଳାଶ୍ରମ ଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଯୁବକବି ତଥା ଆଇନଜୀବୀ ଚତୁର୍ଭୁଜ ଜେନାଙ୍କ ଚତୁର୍ଥ କବିତା ପୁସ୍ତକ “ମୋ ବୋଉ” ଅତିଥି ମାନଙ୍କ ଦ୍ଵାରା ଲୋକାର୍ପଣ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ମୁଖ୍ୟ ବକ୍ତା ଭାବେ ଡଃ ନାରାୟଣ ଚନ୍ଦ୍ର ସେନାପତି, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପାଲା ଗାୟକ ତଥା ବାଗ୍ମୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଏବଂ ବିଶିଷ୍ଟ ଶିଶୁ ସାହିତ୍ୟିକ ରତ୍ନାକର ଦାସଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗଦେଇ ଶ୍ରୀ ଜେନାଙ୍କ କବିତା ପୁସ୍ତକର ସମୀକ୍ଷା କରିବା ସହିତ ଲୋକାର୍ପଣ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ କବି ଚତୁର୍ଭୁଜ ଜେନା, ପ୍ରକାଶିକା ସ୍ବର୍ଣ୍ଣପ୍ରଭା ମଲ୍ଲିକ, ପାତି ଦେବୀଙ୍କ ସହିତ ପ୍ରଶାନ୍ତ ଜେନା , ସୁଶାନ୍ତ ଜେନା , ସୌଭାଗ୍ୟ ଜେନା ,ସୋହମ ଜେନା, ସୌନ୍ଦର୍ଯ୍ୟା ଜେନା, ସୋହାନୀ ଜେନାଙ୍କ ସମେତ ଶତାଧିକ କବି ଓ କବୟିତ୍ରୀ ଉପସ୍ଥିତ ଥିଲେ।


