ଯୁବତୀଙ୍କ ମୃତଦେହ ଠାବ: ହତ୍ୟା ସନ୍ଦେହ

ହାଟଡିହି (ଓ୍ବାଇଏନଏସ): ସୋସୋ ଥାନା ଅଧିନସ୍ଥ ମୌଦା ଗାଁ ନିକଟସ୍ଥ ବାଲିଆ କେନାଲ ନିକଟରେ ଏକ ନିଛାଟିଆ ସ୍ଥାନରେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ଯୁବତୀ ଜଣଙ୍କୁ କେହି ହତ୍ୟାକରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରୁଛନ୍ତି। ସୂଚନା ଅନୁଯାଇ ଆଜି ସନ୍ଧ୍ୟାରେ କିଛି ଲୋକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବା ପରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଯୁବତୀ ଜଣକ ଡ୍ରେସ  ପିନ୍ଧିଥିବା ବେଳେ ମୁଣ୍ଡରୁ ରକ୍ତ ଶ୍ରାବ ହେଲା ଭଳି ଜଣା ପଡୁଛି । ମୃତଦେହ ପାଣି କାଦୁଅରେ ପଡିଥିବା ବେଳେ ଫୁଲି ଯାଇଥିବାରୁ ପରିଚୟ ଜଣା ପଡୁନି । ଖବର ପାଇ ସୋସୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ