ଏସ୍‌ବିଆଇ ଲାଇଫ୍ ପକ୍ଷରୁ ପ୍ରିମିୟମ୍ ଫେରସ୍ତ ସୁବିଧା ସହ ଦୁଇଟି ନୂଆ ଟର୍ମ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶର ସବୁଠୁ ବିଶ୍ୱସନୀୟ ଘରୋଇ ବୀମା କଂପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ନିକଟରେ ଦୁଇଟି ନୂଆ ଟର୍ମ ପ୍ଲାନ୍ ଏସବିଆଇ ଲାଇଫ୍‌-ସରଳ ସ୍ୱଧନ ସୁପ୍ରିମ ଓ ଏସବିଆଇ ଲାଇଫ୍‌-ସ୍ମାର୍ଟ ସ୍ୱଧନ ସୁପ୍ରିମକୁ ଉନ୍ମୋଚନ କରାଯାଇଛି । ଏହି ଉତ୍ପାଦଗୁଡ଼ିକ ଗ୍ରାହକମାନଙ୍କୁ ଜୀବନ ବୀମା ସୁବିଧା ସହିତ ମାଚ୍ୟୁରିଟି ବେଳେ ପ୍ରିମିୟମ ଫେରସ୍ତ କରି ସେମାନଙ୍କ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବ । ବୀମା ଓ ଆର୍ଥିକ କଲ୍ୟାଣ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ବୃଦ୍ଧିପାଉଥିିବା ସଚେତନତାକୁ ପୂରଣ କରି ଗ୍ରାହକମାନଙ୍କୁ ସଶକ୍ତ କରିବା ଲାଗି କଂପାନି ଏହି ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିଛି । ଏସ୍‌ବିଆଇ ଲାଇଫ୍‌-ସରଳ ସ୍ୱଧନ ସୁପ୍ରିମ୍‌\’ ଏବଂ ଏସ୍ ବିଆଇ ଲାଇଫ୍‌-ସ୍ମାର୍ଟ ସ୍ୱଧନ ସୁପ୍ରିମ୍ ବ୍ୟକ୍ତିବିଶେଷଙ୍କୁ ନିଜ ପ୍ରିୟଜନଙ୍କୁ ଜୀବନ ଅନିଶ୍ଚିତତାରୁ ରକ୍ଷା କରିବା ପାଇଁ ସଶକ୍ତ କରିବା ସହ ଏକ ଦୃଢ଼ ଆର୍ôଥକ ନିରାପତା ବଳୟ ଗଠନ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି । ନୂତନ ଉତ୍ପାଦଗୁଡିକ ଉପଭୋକ୍ତାଙ୍କ ନୂତନ ଆବଶ୍ୟକତାକୁ ପୂରଣ କରିବା ସହ ପ୍ରିମିୟମ୍ ପ୍ରଦାନ ସର୍ତାବଳୀ, ପଲିସି ଅବଧି, ପ୍ରିମିୟମ୍ ଦେୟ ବାରମ୍ବାରିତା ଇତ୍ୟାଦି ଚୟନ କରିବାର ନମନୀୟତା ପ୍ରଦାନ କରୁଛି । ଗ୍ରାହକ କେନ୍ଦ୍ରୀତ ଆଭିମୁଖ୍ୟ, ସୁଲଭ ପ୍ରିମିୟମ ଏବଂ ଶୃଙ୍ଖଳିତ ପ୍ରକ୍ରିୟା ସହିତ ଏସବିଆଇ ଲାଇଫ୍ ଦେଶରେ ବୀମା ସଚେତନତା ଏବଂ ସାନ୍ଧ୍ରତା ବୃଦ୍ଧି ପାଇଁ ଏହାର ପ୍ରୟାସ ଜାରି ରଖିଛି । ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର ସଭାପତି-ବିଜନେସ୍ ଷ୍ଟ୍ରାଟେଜି ଅଭିଜିତ ଗୁଲାନିକର କହିଛନ୍ତି ଯେ, \”ଏସବିଆଇ ଲାଇଫ୍ ବୀମା ସମାଧାନ ଉନ୍ମୋଚନ କରି ଗର୍ବ ଅନୁଭବ କରୁଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କ ଆର୍ôଥକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସୁଲଭ ଜୀବନ ବୀମା ପ୍ରଦାନ କରିବ । ବୀମା ସମାଧାନଗୁଡ଼ିକର ସୁଲଭତା, ସରଳତା ଏବଂ ନମନୀୟତାର ଗୁଣ ପ୍ରତିଫଳିତ କରୁଛି । ଯଦି ବୀମା ସୁବିଧା ପାଇବା ଭଳି କୌଣସି ଘଟଣା ନ ଘଟେ ତେବେ ପ୍ରିମିୟମ ଫେରସ୍ତର ସ୍ୱତନ୍ତ୍ର ଆବଶ୍ୟକତାକୁ ପୂରଣ କରିବ । ଆଜିର ଯୁଗରେ ପ୍ରତ୍ୟେକ ଆର୍ôଥକ ନିଷ୍ପତିର ଗୁରୁତ୍ୱ ରହିଛି । ଆମେ ବିଶ୍ୱାସ କରୁ ଯେ ଏହି ସମାଧାନ ପାରମ୍ପରିକ ବୀମାଠାରୁ ବହୁତ କିଛି ଅଧିକ । ଏହା ଜୀବନ ବୀମା ପାଇଁ ଏକ ସୁରକ୍ଷିତ ଏବଂ ଉପଯୁକ୍ତ ଆଭିମୁଖ୍ୟ ପ୍ରତିନିଧିତ୍ୱ କରୁଛି ଯାହା ସୁରକ୍ଷା ଆବଶ୍ୟକତା ପୂରଣ କରିବ । ଜଣେ ଦାୟିତ୍ୱବାନ ବୀମା କମ୍ପାନି ଭାବେ ଆମର ଉଦ୍ଦେଶ୍ୟ ହେଉଛି ଦୀର୍ଘକାଳୀନ ଭାବେ ଗ୍ରାହକଙ୍କ ପାଇଁ ଏକ ମଜଭୁତ ଆର୍ôଥକ ସୁରକ୍ଷା ନିର୍ମାଣ କରିବା । ଗ୍ରାହକ କୈନ୍ଦ୍ରୀକ ସମାଧାନ ସୃଷ୍ଟି କରିବା ପାଇଁ ଆମର ଅତୁଟ ଉତ୍ସର୍ଗଗୀକୃତ ମନୋଭାବ ରହିଛ, ଏବଂ ଆମେ ଏହି ଉତ୍ପାଦଗୁଡ଼ିକୁ ଆମ ଗ୍ରାହକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରୁଥିବାରୁ ବେଶ ଉତ୍ସାହିତ । ଉଭୟ ପ୍ଲାନ୍‌ରେ ପଲିସିଧାରକମାନେ ନିୟମିତ ପ୍ରିମିୟମ୍ ଦେୟ ଚୟନ କରିପାରିବେ କିମ୍ବା ୭, ୧୦ କିମ୍ବା ୧୫ ବର୍ଷର ସୀମିତ ପ୍ରିମିୟମ୍ ଦେୟ ଅବଧି ଚୟନ କରିପାରିବେ । ଏକ ନମନୀୟ ପଲିସି ଅବଧି ୧୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଆର୍ôଥକ ଲକ୍ଷ୍ୟ ପୂରଣ କରିବା ପାଇଁ ଉପଯୁକ୍ତ ସମାଧାନ ପ୍ରଦାନ କରିବ । ମାଚ୍ୟୁରିଟି ପରେ, ପଲିସିଧାରକମାନେ ପଲିସିର ଅବଧି ମଧ୍ୟରେ ପ୍ରଦାନ କରାଯାଇଥିବା ମୋଟ ପ୍ରିମିୟମର ୧୦୦% ପାଇବାକୁ ହକ୍‌ଦାର । ଏହି ଦୁଇଟି ପଲିସିରେ ସର୍ବନିମ୍ନ ୨୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଉଥିବା ବେଳେ ଏସବିଆଇ ଲାଇଫ – ସରଳ ସ୍ୱଧନ ସୁପ୍ରିମ ୫୦ ଲକ୍ଷ ଟଙ୍କା, ଏସବିଆଇ ଲାଇଫ – ସ୍ମାର୍ଟ ସ୍ୱଧନ ସୁପ୍ରିମର ସର୍ବାଧିକ ବୀମା ରାଶି ପାଇଁ କୌଣସି ଉପର ସୀମା ନାହିଁ । ଏହି ପଲିସିରେ ଆୟକର ଆଇନ ୧୯୬୧ ଅଧୀନରେ ଟିକସ ସୁବିଧା ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ